ସମାଜ ସେବାରେ ଯୁବସମାଜର ଭୂମିକା

0

ସୁଆଣ୍ଡୋ: କେନ୍ଦ୍ର ନେହେରୁ ଯୁବ ବ୍ୟାପାର ଓ ପୁରୀ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସତ୍ୟବାଦୀ ବ୍ଲକ ସଭାଗୃହରେ ଯୁବ ଦକ୍ଷତା ବିକାଶ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟତଃ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା , ପରିବେଶ ସୁରକ୍ଷା, କୁଟୀର ଶିଳ୍ପ ଓ ସମାଜ ଗଠନ ଦିଗରେ ଯୁବ ସମାଜର ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଜୟଶଙ୍କର ଯୋଷୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ମହିଳାମାନଙ୍କର ଦକ୍ଷତା ବିକାଶ ସମ୍ପର୍କରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସମ୍ପାଦିକା ବୀଣାପାଣି ମିଶ୍ର ତଥ୍ୟ ଭିତିକ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନବିତ, ଅର୍ଥନୀତି ଅଧ୍ୟାପକ , ପରିମଳ ଓ ପାନୀୟ ଜଳଯୋଗାଣ ଯନ୍ତ୍ରୀ ,ଯୁବ କୁଟୀରଶିଳ୍ପ ପ୍ରଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।  ଶତାଧିକ ଯୁବକ ଯୁବତୀ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply