ପଢା ଘରେ ରଖନ୍ତୁ ଏହି ଦ୍ରବ୍ୟ, ପଢାରେ ଆସିବ ଏକାଗ୍ରତା

0

ବାସ୍ତୁଶାସ୍ତ୍ର ଅନୁସାରେ ଯେପରି ଗୃହର ସଠିକ୍ ସ୍ଥାନରେ ପୂଜା ଘର ରହିବା ଉଚତ୍, ଠିକ୍ ସେହିପରି ପିଲାଙ୍କ ପଢା ଘର ମଧ୍ୟ ବାସ୍ତ୍ରୁ ସହ ଜଡ଼ିତ । କାରଣ ଘରର ସୁଖ-ସମୃଦ୍ଧି ଠାରୁ ଆରମ୍ଭ କରି କର୍ମକ୍ଷେତ୍ରରେ ସଫଳତା ପାଇବା ନିମନ୍ତେ ବାସ୍ତୁର ବହୁ ମହତ୍ତ୍ୱ ରହିଛି । ବାସ୍ତୁ ଅନୁଯାୟୀ ଏଭଳି କିଛି ଦ୍ରବ୍ୟ ରହିଛି ଯାହାକୁ ପଢାଘରେ ରଖିଲେ ପିଲାଙ୍କ ପାଠ ପଢାରେ ଅଧିକ ଉନ୍ନତି ହେବା ସହ ପରୀକ୍ଷାରେ ଉତ୍ତମ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେଭଳି ୫ଟି ଦ୍ରବ୍ୟ ଯାହା ପଢା ଘରେ ରହିବା ନିତ୍ୟାନ୍ତ ଜରୁରୀ ଅଟେ।

ମା’ ସରସ୍ୱତୀଙ୍କ ଫଟୋ କିମ୍ବା ମୂର୍ତ୍ତି – ମା’ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଏ। ପାଠପଢା ଟେବୁଲ ଉପରେ ମା’ଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଲେ ମା’ଙ୍କ ବିଶେଷ କୃପା ରହିଥାଏ। ଯାହା ଫଳରେ ସମସ୍ତ ଛାତ୍ରଛାତ୍ରୀ ଜୀବନରେ ତଥା ଶିକ୍ଷା ଓ କର୍ମକ୍ଷେତ୍ରରେ ଖୁବ ଉନ୍ନତି କରିଥାଆନ୍ତି।

ହଂସର ଫଟୋ – ପଢା ଘରେ ହଂସର ମୂର୍ତ୍ତି ବା ଫଟୋ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ହଂସ ମା’ସରସ୍ୱତୀଙ୍କ ବାହନ ହୋଇଥିବାରୁ ଏହାକୁ ରଖିବା ଦ୍ୱାରା ପାଠପଢାରେ ଏକାଗ୍ରତା ଆସିଥାଏ।

ବୀଣା – ଜ୍ଞାନର ଦେବୀ ସରସ୍ୱତୀଙ୍କୁ ବୀଣା ଖୁବ ପ୍ରିୟ ଅଟେ। ତେଣୁ ପଢା ଘରେ ବୀଣା ରଖିଲେ ମା’ଙ୍କ କୃପା ସର୍ବଦା ରହିଥାଏ ଓ ପିଲାଙ୍କ ପାଠପଢାରେ ଆଗ୍ରହ ଆସିଥାଏ।

ମୟୂର ପଙ୍ଖ – ମୟୂର ପଙ୍ଖରେ ନକରାତ୍ମକ ଶକ୍ତିକୁ ଦୂର କରିବାର ଶକ୍ତି ରହିଛି। ଏହାକୁ ପଢା ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ବାରା ପିଲାଙ୍କ ପାଠ ଖୁବ ଭଲ ହୋଇଥାଏ ଓ ଅଧିକ ପାଠ ପଢିବା ପାଇଁ ଆଗ୍ରହୀ ହୋଇଥାଆନ୍ତି।

ପଦ୍ମ ଫୁଲ – ଶାସ୍ତ୍ରରେ ମାନ୍ୟତା ରହିଛି ଯେ, ଏହି ଫୁଲରେ ମା’ ସରସ୍ୱତୀଙ୍କ ବାସ ହୋଇଥାଏ। ତେଣୁ ପଢା ଘରେ ସର୍ବଦା ପଢା ଘରେ ପଦ୍ମ ଫୁଲ ରଖିବା ଆବଶ୍ୟକ।

Leave A Reply