ରାତ୍ରି ଭୋଜନ ଖାଇ ୮୭ଛାତ୍ରୀ ଅସୁସ୍ଥ

0

ଗଜପତି : ପରିଚାଳନା ଗତ ତ୍ରୁଟି ଯୋଗୁଁ ଅନ୍ତେବାସୀର ଛାତ୍ରୀମାନେ ବିପଦରେ ପଡିଛନ୍ତି। ଗଜପତି ଜିଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ତବାରସିଂ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ରାତ୍ରି ଭୋଜନ ପରେ ୮୭ଜଣ ଅନ୍ତେବାସୀ ଛାତ୍ରୀମାନେ ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ ପ୍ରଥମେ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ୮ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଖବର ପାଇ ଗଜପତି ଜିଲାର ଜିଲ୍ଲାପାଳଙ୍କ ସମେତ ଜିଲା ପ୍ରଶାସନ, ଚିକିତ୍ସା ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବ କଳହକୁ ନେଇ କେହି ଦୁର୍ବୃତ୍ତ ଖାଦ୍ୟରେ କିଛି ଅଖାଦ୍ୟ ମିଶାଇ ଦେଇଥିବାରୁ ଏପରି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply