ଫିଲିପାଇନ୍ସରେ ଝଡ଼ବର୍ଷା: ୩୮ମୃତ

0

ମାନିଲା : ଫିଲିପାଇନ୍ସରେ ଝଡ଼ବର୍ଷା ଓ ବନ୍ୟା କାରଣରୁ ୩୮ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ପୂର୍ବାଞ୍ଚଳ ବିଶାୟାସ ଓ ବିକୋଲ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୨ ଘୋଷଣା କରାଯାଇଥିଲେ ମଧ୍ୟ ଏହି ସଂଖ୍ୟା ବୃଦ୍ଧିପାଇବାର ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସିବାରୁ ବହୁ ଲୋକ ଏହା ତଳେ ଚାପି ହୋଇରହିଥିବା ଅଶଙ୍କା କରାଯାଉଛି। କାମାରିନ୍‌ ପ୍ରଦେଶ ବାଓ ସହର ସମ୍ପୂର୍ଣ୍ଣ ଜଳାଣ୍ଣବ ହୋଇପଯାଇଛି। ପୋତାଶ୍ରୟ, ବିମାନବନ୍ଦର ସହ ବିଭିନ୍ନ ସ୍ଥାନରେ ଲୋକେ ଅଟକି ରହିଛନ୍ତି। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଦେଶରେ ପ୍ରତି ବର୍ଷ ଏଭଳି ପ୍ରାୟ ୨୦ଟି ଝଡ଼ବର୍ଷା ଓ ବନ୍ୟା ହୋଇଥାଏ।

Leave A Reply