ତୁତିକୋରିନ୍‍ ଷ୍ଟେରଲାଇଟ୍‍ ଆନ୍ଦୋଳନ ଘଟଣାର ସିବିଆଇ ତଦନ୍ତ ନିର୍ଦେଶ

0

ଚେନ୍ନଇ : ତାମିଳନାଡ଼ୁର ତୁତିକୋରିନ୍‍ଠାରେ ଷ୍ଟେରଲାଇଟ୍‍ ତମ୍ବା କାରଖାନା ବିରୋଧୀ ଆନ୍ଦୋଳନରେ ୧୩ଜଣଙ୍କ ମୃତ୍ୟୁ ଘଟିବା ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ବିଚାରପତି ସି.ଟି ସେଲଭମ୍‍ ଓ ଏ.ଏମ୍‍ ବସିରଙ୍କୁ ନେଇ ଗଠିତ ପୀଠ ୪ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ କହିଛନ୍ତି। ଚଳିତ ବର୍ଷ ମେ ୨୨ରେ ହଜାର ହଜାର ଆନ୍ଦୋଳନକାରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଦିଗରେ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ ସହ ସଂଘର୍ଶ ହୋଇଥିଲା ଓ ପୁଲିସ ଗୁଳିରେ ୧୩ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସରକାର କାରଖାନାକୁ ବନ୍ଦ ନିର୍ଦେଶ ଦେଇଛନ୍ତି। ତେବେ ହାଇକୋର୍ଟ ନିର୍ଦେଶ ସରକାରଙ୍କୁ ବଡ଼ ଧକ୍କା ହୋଇଛି।

Leave A Reply