ଭୁଜାଲି ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

0

ଖୋର୍ଦ୍ଧା : ପେଟ୍ରେଲ ପମ୍ପ କର୍ମଚାରୀ ଠାରୁ ୧୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ବିଚ୍ ରାସ୍ତାରୁ ଏହି ଲୁଟ୍‍ ହୋଇଛି । ପେଟ୍ରୋଲ ପମ୍ପ କର୍ମଚାରୀ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଉଥିଲେ । ଏହି ସମୟରେ ଓସିସି ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଭୁଜାଲି ଦେଖାଇ ଟଙ୍କା ଝାମ୍ପି ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ କର୍ମଚାରୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

 

Leave A Reply