ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

0

ସୁଆଣ୍ଡୋ: ଭୁବନେଶ୍ବର ପଟିଆସ୍ଥିତ ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର ପରିସରରେ ମଙ୍ଗଳବାର ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ସୁଆଣ୍ଡୋ ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ଏହି ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ଅତିରିକ୍ତ  ଅର୍ଥ ବିଭାଗ ଆଇନ ସଚିବ ପ୍ରଦୀପ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଆ ଜାତି  ଧରାପୃଷ୍ଠରେ ରହିଥିବା  ପର୍ଯ୍ୟନ୍ତ ମଧୁବାବୁ  ଓ ପଣ୍ଡିତ  ଗୋପବନ୍ଧୁ ଜନମାନସରେ ଚିର ଭାସ୍ୱର ହୋଇ ରହିଥିବେ ବୋଲି  ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୋପବନ୍ଧୁ ସ୍ମୃତିପରିଷଦ ସଭାପତି ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ କହିଥିଲେ । ଜୟପ୍ରକାଶ ମିଶ୍ର ଅତିଥି ପରିଚୟ କରିଥିବା ବେଳେ ଅଲେଖ ନାୟକ ସ୍ଵାଗତ ଭାଷଣ ଦେଇଥିଲେ । ଉତ୍କଳମଣିଙ୍କ ସେବା, ତ୍ୟାଗ ଓ ତପସ୍ୟାର ପଟାନ୍ତର ନାହିଁ । ଆଜି ପର୍ଯ୍ୟନ୍ତ ଆଉ ତାଙ୍କ ପରି ମଣିଷ ଓଡିଶାରେ ଜନ୍ମ ଗ୍ରହଣ କରିନାହାଁନ୍ତି ବୋଲି ସ୍ମୃତିପରିଷଦ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ କହିଥିଲେ । ସମାଜସେବୀ ଅର୍ଣ୍ଣପୂର୍ଣ୍ଣା ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।

Leave A Reply