୨୦୧୮ ଷ୍ଟାର୍ଟଅପ୍ ମାନ୍ୟତା : ପ୍ରଦର୍ଶନରେ ଓଡ଼ିଶା ଶ୍ରେଷ୍ଠ

0

ଭୁବନେଶ୍ୱର : ରାଜ୍ୟରେ ଏକ ଷ୍ଟାର୍ଟଅପ୍ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ୨୦୧୮ରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ରୂପେ ଚଳିତବର୍ଷ କେନ୍ଦ୍ରଠାରୁ ପ୍ରଶଂସା ଲାଭ କରିଛି। ସରକାରଙ୍କ ପୋଷଣୀୟ ଓ ବଳିଷ୍ଠ ଉଦ୍ୟମ ଲାଗି ଏପରି ପ୍ରଶଂସା ମିଳିଛି। ଏନେଇ ଗୁରୁବାର ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଭାରତ ସରକାରଙ୍କ ଔଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନା ବିଭାଗ(ଡିଆଇପିପି) ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିଆଇପିପି ସଚିବ ରମେଶ ଅଭିଷେକ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମ୍ଇ) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କୁ ଉତ୍ତମ ପ୍ରଦର୍ଶନକାରୀ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଭିଷେକ କହିଛନ୍ତି ଯେ ଉତ୍ସର୍ଗୀକୃତ ଷ୍ଟାଟ୍ ଅପ୍ ନୀତି ପ୍ରଣୟନ କରିବାରେ ଓଡ଼ିଶା ଏକ ଅନ୍ୟତମ ରାଜ୍ୟ। ଏହାଦ୍ବାରା ଆଗାମୀ ୨୦୨୦ ସୁଦ୍ଧା ଓଡ଼ିଶା ଦେଶର ଷ୍ଟାର୍ଟ ଅପ୍ ହବ୍‌ରେ ପରିଣତ ହୋଇପାରିବ।
  ଏହି ଅବସରରେ ଶ୍ରୀ ଗୁପ୍ତା କହିଛନ୍ତି ଯେ ୩୮ଟି ମାନଦଣ୍ଡକୁ ବିଚାରକୁ ନେଇ ଭାରତ ସରକାର ଷ୍ଟାର୍ଟ ଅପ୍ ଟପ୍ ପରଫର୍ମର ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଷ୍ଟାର୍ଟ ଅପ୍ ନୀତି, ଇନକ୍ୟୁବେସନ ହବ୍, ସିଡ଼ିଙ୍ଗ ଇନୋଭେସନ, ରେଗୁଲେଟୋରୀ ଚେଷ୍ଟ ଫ୍ରେମ, ପବ୍ଲିକ ପ୍ରକ୍ୟୁରମେଣ୍ଟ ଇନିସିଏଟିଭ ଆଣ୍ଡ କମ୍ୟୁନିକେସନ ଆଦିର କାର୍ଯ୍ୟକାରିତାକୁ ବିଚାର କରାଯାଇଛି। ଷ୍ଟାର୍ଟ ଅପ୍ ଓଡ଼ିଶାର ଲକ୍ଷ୍ୟ ହେଉଛି ୨୦୨୦ ସୁଦ୍ଧା ୧୦୦୦ ଷ୍ଟାର୍ଟଅପକୁ ସହାୟତା ପ୍ରଦାନ ଏବଂ ଓଡ଼ିଶାକୁ ଦେଶର ଷ୍ଟାର୍ଟଅପ୍ ହବରେ ପରିଣତ କରିବା। ଏହି ନୀତିରେ ଷ୍ଟାର୍ଟଅପ୍ ଓ ଇନକ୍ୟୁବେଟରମାନଙ୍କୁ ସ୍ବୀକୃତି ଓ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଏକ ସ୍ବଚ୍ଛ ଅନଲାଇନ ପଦ୍ଧତି ରହିଛି। ସଂପ୍ରତି ପ୍ରତି ମାସରେ ୨୦ରୁ ଅଧିକ ଷ୍ଟାର୍ଟଅପଙ୍କୁ ପଞ୍ଜିକୃତ କରାଯାଉଛି। ଗତ ୧୮ମାସ ମଧ୍ୟରେ ୩୩୪ ଟି ଷ୍ଟାର୍ଟଅପ୍ ସ୍ବୀକୃତି ପାଇ ସାରିଛନ୍ତି। ରାଜ୍ୟରେ ୯ଟି ଇନକ୍ୟୁବେଟର, ୧୨ଟି ନୋଡାଲ ଇନ୍‌ଷ୍ଟିଚ୍ୟୁସନ ଓ ୧୧୦ଟି ମେଣ୍ଟର ଷ୍ଟାଟଅପମାନଙ୍କୁ ସହାୟତା କରାଯାଉଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି।

Leave A Reply