ବିହାର : ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ

0

ପାଟନା: ବିହାରରେ ବଜ୍ରପାତରେ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୮ ଜଣ ଆହତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମଧୁବନୀ, ମୁଜାଫରପୁର, ସୁପଉଲ, ଭାଗଲପୁର, ମାଧେପୁରା ଓ ପୂର୍ଣ୍ଣିଆରେ ବଜ୍ରପାତରେ ୧୧ଜଣଙ୍କର ମୃତ୍ୟୁ ଘଟିଛି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଏଥିରେ ଦୁଃଖ ପ୍ରକାଶ କରି ଆହତମାନଙ୍କର ଉପଯୁକ୍ତ ଚିକିତ୍ସାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସୋମବାର ଓ ମଙ୍ଗଳବାର ବିହାର ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଓ କୁଆପଥର ବୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply