ଶ୍ରୀକ୍ଷେତ୍ରରେ ପଣା ସଂକ୍ରାନ୍ତି

0

ଶ୍ରୀକ୍ଷେତ୍ର ଧାମ ପୁରୀରେ ବାର ମାସରେ ତେର ଯାତ୍ରା ପାଳନ କରାଯାଇଥାଏ । ପଣା ସଂକ୍ରାନ୍ତି ଦିନ ଏଠାରେ ଉତ୍କଳୀୟ ନବ ବର୍ଷ ସହ ମହାବୀର ଜୟନ୍ତୀ ପାଳନ କରାଯାଏ । ବିଭିନ୍ନ ଜାଗା ଆଖଡାରେ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ନୂତନ ଭାବେ ପାରମ୍ପରିକ ବସ୍ତ୍ରର ପରିଧାନ କରି ଜାଗା ଆଖଡାର ସଦସ୍ୟମାନେ ହନୁମାନଙ୍କର ଆଶୀର୍ବାଦ ନେବା ଦଣ୍ଡ ବୈଠକ ସହ କୁସ୍ତି କସରତ କରିଥାଆନ୍ତି  ।ସାଧାରଣତଃ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ପୁରୀର ପ୍ରସିଦ୍ଧ ସିଦ୍ଧ ମହାବୀରଙ୍କର ସହ ପୁରୀ ନିକଟସ୍ଥ ଶିରୁଳି ମହାବୀର ପୀଠରେ ଭକ୍ତରଙ୍କ ପ୍ରବଳ ସମାଗମ ହୋଇଥାଏ ।

ଶ୍ରୀମନ୍ଦିର ସମ୍ମୁଖରେ ସନ୍ଧ୍ୟ ସମୟରେ ପୁରୀର ପାରମ୍ପରିକ ନାଗା ,ମେଢ ନୃତ୍ୟ ସହ ବିଭିନ୍ନ ।ଯୁଦ୍ଧ କୌଶଳ ଓ ଅସ୍ତ୍ର ଶସ୍ତ୍ର ଚାଳନା ପ୍ରଦର୍ଶନ କରାଯାଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।

Leave A Reply