‘ମହାପ୍ରଭୁଙ୍କ ସେବାପୂଜା ଠାରୁ ଅନ୍ୟ କିଛି ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ ନୁହେଁ’

0

ପୁରୀ: ଶ୍ରୀମନ୍ଦିରରେ ଅଚଳାବସ୍ଥା ନେଇ ଗଜପତି ମହାରାଜା ନିଜର ପ୍ରତିକ୍ରିୟା ରଖିଛନ୍ତି । ଶୀର୍ଷ ସ୍ତରରେ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଗଜପତି ମହାରାଜା କହିଛନ୍ତି । ମହାପ୍ରଭୁଙ୍କ ସେବାପୂଜା ଠାରୁ ଅନ୍ୟ କିଛି ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ ନୁହେଁ । ଆଲୋଚନା ମାଧ୍ୟମରେ ଯେକୌଣସି ବିବାଦର ସମାଧାନ ସମ୍ଭବ ହୋଇପାରିବ । ଠାକୁରଙ୍କୁ ଅପୂଜା ରଖିବା କୌଣସି ଦୃଷ୍ଟରୁ ଗ୍ରହଣୀୟ ନୁହେଁ । ନୀତିକାନ୍ତି ତୁରନ୍ତ ଆରମ୍ଭ କରିବାକୁ ସବୁ ପକ୍ଷଙ୍କୁ ଗଜପତି ମହାରାଜ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିରର ମହାନ ପରମ୍ପରାରେ କଳଙ୍କ ନଲାଗୁ ଏବଂ ଅଗଣିତ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ କରାନଯାଉ ବୋଲି ଗଜପତି କହିଛନ୍ତି । ଆବଶ୍ୟକ ପଡିଲେ ଶୀର୍ଷସ୍ତରରେ ସରକାର ହସ୍ତକ୍ଷେପ କରନ୍ତୁ ।

ସୂଚନାଯୋଗ୍ୟ, ଗୁରୁବାର ପୁଲିସ ଓ ସେବାୟତ ମଧ୍ୟରେ ବିବାଦକୁ ନେଇ ଶୁକ୍ରବାର ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରିହିଥିବା ବେଳେ ଭକ୍ତ ଦର୍ଶନ ମଧ୍ୟ ବନ୍ଦ ରହିଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଭକ୍ତମାନେ ବ୍ୟାରିକେଟ ଭାଙ୍ଗି ମନ୍ଦିର ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସିଂହଦ୍ବାର ନିକଟରେ ପୁଲିସ ଓ ଭକ୍ତ ଧସ୍ତାଧସ୍ତି ହୋଇଥିଲେ ।

Leave A Reply