କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା

0

ଜାକର୍ତ୍ତା : ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ଭାରତୀୟ ଆଥଲେଟ୍‍ ସେଠାରେ ପହଞ୍ଚି ଯାଇଛନ୍ତି। ଜାକର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ରେ ଥିବା କ୍ରୀଡ଼ାଗ୍ରାମରେ ଭାରତୀୟ ଜାତୀୟ ପତାକା (ତ୍ରିରଙ୍ଗା) ଉତ୍ତୋଳନ କରାଯାଇଛି।
ବୁଧବାର ଭାରତର ସ୍ୱାଧିନତା ଦିବସ ପାଳନ ଅବସରରେ ପାଲେମ୍‍ବାଙ୍ଗସ୍ଥିତ କ୍ରୀଡ଼ାଗ୍ରାମରେ ଭାରତୀୟ ଦଳର ଡେପୁଟି ଚିଫ୍‍ ଡି’ ମିଶନ ବଲବୀର ସିଂହ ଖୁସ୍‍ବା ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି ଅବସରରେ ୨୫ଜଣ ଭାରତୀୟ ଆଥଲେଟ୍‍ ଉପସ୍ଥିତ ଥିଲେ। ଏସୀୟ କ୍ରୀଡ଼ା ଆୟୋଜନ କମିଟିର ବରିଷ୍ଠ ଅଧିକାରୀ ୟାସିର ଆରାଫାତ୍‍ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଜାକର୍ତ୍ତାରେ ଥିବା କ୍ରୀଡ଼ାଗ୍ରାମରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟକ କ୍ରୀଡ଼ାବିତ୍‍ ଓ ଅଧିକାରୀ ଯୋଗ ଦେଇଥିଲେ। ଭାରତୀୟ ମହିଳା ଓ ପୁରୁଷ ହକି ଦଳ ବୁଧବାର ଜାକର୍ତ୍ତାସ୍ଥିତ କ୍ରୀଡ଼ାଗ୍ରାମରେ ପହଞ୍ଚିଛନ୍ତି।

Leave A Reply