ଦକ୍ଷିଣ ଓଡ଼ିଶା ଆନ୍ତଃ ମହାବିଦ୍ୟାଳୟ ସ୍ତରିୟ ଖୋକୋ ଟୁର୍ଣ୍ଣାମେଣ୍ଟ ; ନବରଙ୍ଗପୁର ମହାବିଦ୍ୟାଳୟ ଚାମ୍ପିୟନ

0

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡା ସ୍ଥିତ ପିସିଏମ୍ ମହିଳା ମହାବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶା ଆନ୍ତଃ ମହାବିଦ୍ୟାଳୟ ସ୍ତରିୟ ଖୋକୋ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇ ଥିଲା। ଗଞ୍ଜାମ ଗଜପତି, କୋରାପୁଟ, ନବରଙ୍ଗପୂର, କନ୍ଧମାଳ ଜିଲ୍ଲା ର ୨୦ ଟି ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିଲେ। ଫାଇନାଲ ମ୍ୟାଚରେ ସୋରଡା ରୁଷିକୁଲ୍ୟା କନିଷ୍ଠ ମହାବିଦ୍ୟାଳୟ ସହିତ ନବରଙ୍ଗପୁର ମହାବିଦ୍ୟାଳୟ ସହ ଖେଳ ହୋଇଥିଲା। ସୋରଡାକୁ ହରାଇ ନବରଙ୍ଗପୁର ଚମ୍ପିୟନ ହୋଇ ଥିଲା। ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରୂଷିକୂଲ୍ୟା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅନିଲ ଦାସ ପିସିଏମ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତି ସଂଜୁକ୍ତା ପଣ୍ଡା ଉପସ୍ଥିତ ଥିଲେ ପିଇଟି ଅଧ୍ୟାପିକା ଶ୍ରୀମତି ଏଲୀଜା ପଟ୍ଟନାୟକ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave A Reply