ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ମୋଦୀ ରାଜନୀତି କରୁଛନ୍ତି : ସୋନିଆ ଗାନ୍ଧୀ

0

ନୂଆଦିଲ୍ଲୀ : ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି। ସୋନିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ପୀଡିତ ବୋଲି କହୁଛନ୍ତି ଓ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ମୋଦୀଙ୍କୁ ଭୁଲ ନୀତି ଯୋଗୁଁ ଭାରତବାସୀ ପୀଡିତ ଅଛନ୍ତି ବୋଲି କହିଛନ୍ତି।
ଗୁଜରାଟରେ ସିଡବ୍ଲ୍ୟୁସି ବୈଠକରେ ସୋନିଆ ଏହି ଅଭିଯୋଗ କରିଛନ୍ତି। ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୃଷି ସଙ୍କଟ, ଔଦୋଗିକ ବିକାଶ, ବେକାରି ଭଳି ସମସ୍ୟା ଉପରେ ସଠିକ ନୀତି ଆପଣେଇ ପାରି ନାହାନ୍ତି। ବୈଠକ ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ନୀରବ ପାର୍ଥନା କରିଥିଲେ।

Leave A Reply