ଅନଲାଇନ୍ ଜିନିଷ କିଣି ଠକାମିର ଶିକାର ହେଲେ ସୋନାକ୍ଷୀ ସିହ୍ନା

0

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଲୋକମାନେ ଦୋକାନକୁ ଯାଇ ଜିନିଷ କଣିବା ବଦଳରେ ଅନଲାଇନରୁ୍‍ ଜିନିଷ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ବେଳେ ବେଳେ ଏହି ଅନଲାଇନ୍‍ ରୁ ଜିନିଷ କିଣିବା ଦ୍ୱାରା ଠକାମିର ଶିକାର ହେବାକୁ ପଡିଥାଏ। ଠିକ୍‍ ସେହିଭଳି ଏମିତି ଏକ ଠକାମିର ଶିିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ନିକଟରେ ସେ ଅନଲାଇନ୍‍ ସପିଙ୍ଗ ସାଇଟ ଅମାଜନରୁ ୧୮୦୦୦ଟଙ୍କା ମୂଲ୍ୟର ଏକ ହେଡଫୋନ ଅର୍ଡର କରିଥିଲେ। ମାତ୍ର ସେ ଡେଲିଭରି କରି ବକ୍ସ ଖୋଲିବା ପରେ ହେଡଫୋନ ବଦଳରେ ସେଥିରୁ ଏକ ଲୁହା ଖଣ୍ଡ ବାହାରିଥିଲା। ସୋନାକ୍ଷୀ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି- ମୁଁ ଅମାଜନରେ ଏକ ହେଡଫୋନ ଅର୍ଡର କରିଥିଲି। କିନ୍ତୁ ଏହାର ପ୍ରତିବଦଳରେ ମୋତେ କଣ ମିଳିଲା ଆପଣ ଦେଖନ୍ତୁ। ସୋନାକ୍ଷୀଙ୍କ ଅଭିଯୋଗ ପରେ ଅମାଜନ ନିଜର ଭୁଲ ସ୍ୱିକାର କରି ସୋନାକ୍ଷୀଙ୍କୁ କ୍ଷମା ମାଗିଥିବା ଜଣାପଡିଛି।

Leave A Reply