ଘର ଭିତରୁ ୧୨ ନାଗଛୁଆ ଉଦ୍ଧାର

0

ପିପିଲି : ପିପିଲି ବ୍ଲକ ମଙ୍ଗଳପୁର ନିକଟବର୍ତ୍ତୀ ସୁହାଗପୁର ଗ୍ରାମର ଅନାଦି ସାହୁଙ୍କ ଘରୁ ମଙ୍ଗଳବାର ୧୨ଟି ନାଗସାପ ଛୁଆଙ୍କୁ ଉଦ୍ଧାର କରାଯାଇଛି। ଶ୍ରୀସାହୁଙ୍କ ତନ୍ତ ମେସିନ ଘରର ମାଟି ଚଟାଣରେ ଥିବା ଏକ ଗାତ ମଧ୍ୟରୁ ସ୍ନେକ୍‍ ହେଲପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଏହି ନାଗଛୁଆଙ୍କୁ ଉଦ୍ଧାର କରିବା ସହ ଏକ ସାପ ଅଣ୍ଡାକୁ ମଧ୍ୟ ଉଦ୍ଧାର କରିଥିଲେ। ଏହା ପୂର୍ବରୁ ଗତ ୧୬ ତାରିଖ ଦିନ ଉକ୍ତ ଘର ମଧ୍ୟରୁ ଏକ ବଡ ନାଗସାପକୁ ସୁଶାନ୍ତ ଉଦ୍ଧାର କରିଥିଲେ। ଆଜି ଉଦ୍ଧାର କରାଯାଇଥିବା ସମସ୍ତ ନାଗଛୁଆଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଥିବା ସୂଚନା ମିଳିଛି। ଲୁଗାବୁଣା କାର୍ଯ୍ୟରେ ବ୍ୟବହୃତ ତନ୍ତ ମେସିନର ପାଦ ରଖା ଯାଉଥିବା ସ୍ଥାନରେ ଥିବା ଗାତ ମଧ୍ୟରେ ସାପ ଅଣ୍ଡା ଦେଇଥିବା ଓ ପରେ ଉକ୍ତ ଅଣ୍ଡାରୁ ଏହି ଛୁଆ ବାହାରିଥିବା ସୂଚନା ମିଳିଛି।

Leave A Reply