ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ୍‍

0

ନୂଆଦିଲ୍ଲୀ: ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ୍‍ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପୋଷଣ ଅଭିଯାନରେ ଏହା ସହାୟକ ହୋଇପାରିବ ବୋଲି ସରକାର ଚିନ୍ତା କରୁଛନ୍ତି। ପୂର୍ବରୁ ସେମାନଙ୍କୁ ଟାବ୍‍ଲେଟ୍‍ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ପର୍ଯ୍ୟାପ୍ତ ପରିମାଣର ଟାବ୍‍ଲେଟ୍‍ ସଂଗ୍ରହ କଷ୍ଟକର ହେଉଥିବା ଜଣାପଡ଼ିବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସ୍ମାର୍ଟ ଫୋନ୍‍ ଦେବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଙ୍ଗନବାଡି କର୍ମୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ ପାଇଁ ସବୁ ରାଜ୍ୟଙ୍କୁ ଅର୍ଥ ହସ୍ତାନ୍ତର କରାଯିବ।

Leave A Reply