କ୍ଷୁଦ୍ର ଚଳଚ୍ଚିତ୍ର ‘ରାକ୍ଷୀ’ ଉନ୍ମୋଚିତ

0

ବ୍ରହ୍ମପୁର: କ୍ଷୁଦ୍ର ଚଳଚ୍ଚିତ୍ର ‘ରାକ୍ଷୀ’ ଉନ୍ମୋଚିତ ହୋଇଛି । ଚିକିଟି ବ୍ଲକ୍ ବଡ଼ବରଙ୍ଗା ଠାରେ ସତ୍ୟମ୍ ପ୍ରଡ଼କ୍ସନ୍ ବ୍ୟାନରରେ ନିର୍ମିତ ଏହି ୧୨ ମିନିଟର ଚଳଚିତ୍ର ପୋଷ୍ଟରକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉନ୍ମୋଚନ କରିଛନ୍ତି । ଚଳଚିତ୍ର ଜଗତରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକ ଓ ଯୁବତୀ ମାନଙ୍କୁ ନେଇ ଏକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶିବା ସତ୍ୟମ୍ ଏହି କ୍ଷୁଦ୍ର ଚଳଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ରଚୟିତା ଅଟନ୍ତି । ବ୍ରହ୍ମପୁର, ଗୋପାଳପୁର ଏବଂ ଧବଳେଶ୍ୱରରେ ସୁଟିଂ ହୋଇଥିବା ଏହି ଚଳଚିତ୍ରରେ ଭଉଣୀ ଭୂମିକାରେ ବ୍ରହ୍ମପୁର ଗୋଇଲୁଣ୍ଡିର ରାଜଲକ୍ଷ୍ମୀ ମିଶ୍ର ଅଭିନୟ କରିଛନ୍ତି । ସତ୍ୟମ୍ ଓ ଶିବମ୍ ଦୁଇ ଭାଇ ଭୂମିକାରେ ଅଭିନୟ କରିଥିବା ବେଳେ କଣ୍ଠସ୍ବର ଦେଇଛନ୍ତି ଅମ୍ରିତ୍ ନିସାଦ୍ । କ୍ୟାମେରା ଓ ସାଜସଜ୍ଜା ଦାୟିତ୍ବ ଶ୍ରୀୟା ଭିଜୁଆଲ ନେଇଥିଲା ।

Leave A Reply