ଅନିଦ୍ରା ପଛର କାରଣ

0

ବର୍ତ୍ତମାନର ଜୀବନଶୈଳୀ କାରଣରୁ ହିଁ ଅଧିକାଂଶ ଅନିଦ୍ରା ରୋଗର ଶିକାର ହେଉଛନ୍ତି। କିଛି ବର୍ଷ ତଳର ସର୍ବେକ୍ଷଣ ଅନୁସାରେ, ଲୋକେ ସାମାନ୍ୟତମ କାମ କରି ମଧ୍ୟ ଖୁବ୍ ଶାନ୍ତିରେ ଶୋଉଥିଲେ। ଏବେ କିନ୍ତୁ ଶୋଇବା ପାଇଁ ଏକ ପ୍ରକାର ତାମସା ଚାଲୁଛି କହିଲେ ଚଳେ। କିଏ ନିଦ ବଟିକା ଖାଇଲାଣି ତ’ ଅନ୍ୟ କିଏ ଅଳ୍ପାହାର କରୁଛି ଭଲ ନିଦ ପାଇଁ। କେତେକ ବର୍ଗର ଲୋକେ ତ’ ରାତି ଭୋଜନ ପରେ ଚଲାବୁଲା କରୁଛନ୍ତି। ଆମ ମଧ୍ୟରୁ ଅନେକ କିନ୍ତୁ ଜାଣିନାହୁଁ ଯେ ଏହା ବାସ୍ତୁ ଦୋଷ କାରଣରୁ ହୋଇଥାଏ। ଘରର ବାସ୍ତୁ ଠିକ୍ ରହିଲେ ନିଦ ହେବା ସ୍ବାଭାବିକ ଓ ଘରେ ଶାନ୍ତି ବିରାଜମାନ ହୋଇଥାଏ। ଏ ବାବଦରେ ଦିଲ୍ଲୀର ନାମୀ ବାସ୍ତୁବିତ୍ ଅଖିଳ ଶର୍ମା ନିଜ ମତ ଉଲ୍ଲେଖ କରିଛନ୍ତି।
– ଶୟନ କକ୍ଷରେ ଛୋଟ ଫ୍ରିଜ୍ ଅବା ଖାଦ୍ୟପାନୀୟ ଜିନିଷ ରଖୁଥିଲେ, ତାହା ନାକାରାତ୍ମକ ଶକ୍ତି ଉତ୍ପନ୍ନ କରେ, ଯାହା କାରଣରୁ ନିଦ ହୁଏନାହିଁ।
– ଅନ୍ୟ ଏକ ମୁଖ୍ୟ ବିଷୟ ହେଲା, ଶୟନ ଦିଗ। ଉତ୍ତର ଦିଗକୁ ମୁଣ୍ଡ ଓ କବାଟ ଆଡ଼କୁ ପାଦ କରି ଶୋଇଲେ ମଧ୍ୟ ଆଦୌ ଭଲ ନିଦ ହୋଇନଥାଏ।
– ଶୟନ କକ୍ଷରେ ସବୁବେଳେ ହାଲକା ରଙ୍ଗ କରାଇବା ଉଚିତ। ଅଧିକ ଗାଢ଼ ରଙ୍ଗ ମଧ୍ୟ କୁପ୍ରଭାବ ପକାଉଥିବାର ବାସ୍ତୁବିତ୍‌ଙ୍କ ମତ।
– ରାତିବେଳା ପାଣି ପିଇବାର ଅଭ୍ୟାସ ଥିଲେ ଗିଲାସ କିମ୍ବା ପାଣିବୋତଲକୁ କକ୍ଷର ଅଗ୍ନିକୋଣରେ ରଖିଲେ ନିଦରେ ବାଧା ଉପୁଜିଥାଏ।
– ଶୟନ କକ୍ଷର କବାଟ ଶବ୍ଦ କରୁଥିଲେ ମଧ୍ୟ ତାହା ନିଦ ନ ହେବାର ଅନ୍ୟତମ ମୁଖ୍ୟ କାରଣ।

Leave A Reply