ଅନାସ୍ଥା ଭୋଟିଂରୁ ଦୂରେଇ ରହିଲା ଶିବସେନା

0

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂରୁ ଏନ୍‍ଡିଏର ପୁରାତନ ସହଯୋଗୀ ଦଳ ଶିବସେନା ଦୂରେଇ ରହିଛି। ଏ ନେଇ ଦଳ ପକ୍ଷରୁ ଶେଷମୂହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଦଳର ଏହି ନିଷ୍ପତ୍ତି ବିଜେପି ପାଇଁ ଏକ ପ୍ରକାର ବିଶ୍ୱାସଘାତକତା ବୋଲି ଆଲୋଚନା ହେଉଛି। କାରଣ ଦଳ ବିଜେପି ସରକାରକୁ ସମର୍ଥନ ପୂର୍ବକ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍‍ ଦେବ ବୋଲି ଗୁରୁବାର ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‍ରେ କହିଥିଲେ; କିନ୍ତୁ ଶୁକ୍ରବାର ଲୋକସଭା ଅଧିବେଶନ ଆରମ୍ଭ ହେବା ପର୍ଯ୍ୟନ୍ତ ଦଳୀୟ ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ହୋଇଥିଲା। ଶେଷରେ ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଦଳ ଏହା ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରିଥିଲା। ଏପରକି ଦଳୀୟ ସାଂସଦମାନେ ଲୋକସଭା ଉପସ୍ଥାନ ଖାତାରେ ଦସ୍ତଖତ କରି ନ ଥିବା ଶିବସେନା ସାଂସଦ କହିଛନ୍ତି।

Leave A Reply