ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କଲେ ସୀତାଂଶୁ କର

0

ନୂଆଦିଲ୍ଲୀ : ଭାରତୀୟ ସୂଚନା ସେବା(ଆଇଆଇଏସ)ର ବରିଷ୍ଠ ଅଧିକାରୀ ସୀତାଂଶୁ କର ସୋମବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ  ନୂଆଦିଲ୍ଲୀ ସ୍ଥିତ ପ୍ରେସ୍‌ ଇନ୍‌ଫରମେସନ୍‌ ବ୍ୟୁରୋ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ କର ପିଆଇବିର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ କର ଏହା ପୂର୍ବରୁ ଆକାଶବାଣୀର ସମ୍ବାଦ ସେବା ବିଭାଗର ମହାନିର୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହ ୨୦୦୫ ରୁ ୨୦୧୫ ପର୍ଯ୍ୟନ୍ତ ପ୍ରଣବ ମୁଖାର୍ଜୀ, ଏ.କେ ଆଣ୍ଟୋନୀ, ଅରୁଣ ଜେଟ୍‌ଲୀ ଓ ମନୋହର ପାରିକରଙ୍କ ଭଳି ଚାରି ଚାରି ଜଣ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୟରେ ପ୍ରତିରକ୍ଷା ବିଭାଗର ମୁଖପାତ୍ର ରହିଥିଲେ।

ଉମାକାନ୍ତ ମିଶ୍ରଙ୍କ ପରେ ଦ୍ୱିତୀୟ ଓଡ଼ିଆ ଅଧିକାରୀ ଭାବେ ସେ ପ୍ରମୁଖ ମହାନିର୍ଦ୍ଦେଶକ ପଦରେ ଯୋଗ ଦେବାର ଗୌରବ ହାସଲ କରିଛନ୍ତି ।

 

Leave A Reply