ଅଂଶୁମାନଙ୍କ କଣ୍ଠ ହୃଦୟ ଛୁଉଁଛି

0

ପାଟଣା : ଶିଶୁ କଣ୍ଠଶିଳ୍ପୀ ଅଂଶୁମାନ ଦାଶଙ୍କ କଣ୍ଠ ଖାଲି ମନ ମୋହୁଛି ନୁହେଁ ହୃଦୟକୁ ମଧ୍ୟ ଛୁଉଁଛି । ପାଟଣା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସମାଜସେବୀ ବିଦ୍ୟାଧର ଦାଶଙ୍କ ସାନଝିଅ ସୋନାଲି ଦାଶ ଓ ଅଜୟ କୁମାର ଦାଶଙ୍କ ପୁଅ ଅଂଶୁମାନ ଦାଶ ଏବେ ମୁମ୍ବାଇରୁ ପାଟଣା ଫେରିଛନ୍ତି । ମୁମ୍ବାଇର ସେଣ୍ଟ ଫ୍ରାନସିସ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତ ଅଂଶୁମାନ ହାରମୋନିୟମ୍, କୋଙ୍ଗ ଓ କ୍ୟାସିଓ ବଜାଇ ଶିଖିଥିବା ବେଳେ ଅନେକ ଦେଶାତ୍ମକବୋଧ ଗୀତ, ନୂଆ ପୁରୁଣା ହିନ୍ଦୀ ଗୀତ ଓ ଭଜନକୁ ସୁଲଳିତ କଣ୍ଠରେ ଗାଇ ଶ୍ରୋତାଙ୍କ ମନ ମୋହି ପାରୁଛନ୍ତି । ଶ୍ରେଣୀରେ ଶତକଡା ୮୦ ରୁ ୮୫ ପ୍ରତିଶତ ନମ୍ବର ରଖୁଥିବା ମେଧାବି ଛାତ୍ର ଅଂଶୁମାନଙ୍କ ପ୍ରିୟ ଗାୟକ ଭାବେ ସେ କିଶୋର କୁମାର ଓ ଗାୟିକା ନେହା କକ୍କରଙ୍କୁ ଏକଲବ୍ୟ ଭାବେ ଗୁରୁ ମାନି ନେଇଛନ୍ତି ବୋଲି କହିଛନ୍ତି । ମାତୃଭାଷା ସହ ହିନ୍ଦୀ ଓ ସଂସ୍କୃତ ତାଙ୍କର ପ୍ରିୟ ଭାଷା ବୋଲି ଅଂଶୁମାନ ମତ ଦେଇଥିବାବେଳେ ସଂଗୀତ ହିଁ ତାଙ୍କୁ ଆନନ୍ଦ ଓ ଏକାଗ୍ରତା ଆଣି ଦେଇଛି ବୋଲି କହିଛନ୍ତି । ଏହି ଶିଶୁ କଣ୍ଠଶିଳ୍ପୀ ଯେ ଦିନେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହେବ ସେ କଥା ତାଙ୍କ କଣ୍ଠରୁ ଜଣାପଡି ଯାଉଛି । ତାଙ୍କର ସଂଗୀତ ସାଧନା ସଫଳ ପଛରେ ଗୁରୁ କଲ୍ୟାଣୀ ନନ୍ଦନଙ୍କ ଆଶୀର୍ବାଦକୁ ସେ ଶ୍ରେୟ ଦେଇଛନ୍ତି ।

La première raison pour laquelle vous devriez acheter votre Viagra Pfizer ou votre Cialis Lilly en ligne est pour conserver toute discrétion. Achetez pas cher cialis en ligne. Combien de pointes prend la livraison Tadalafil Cialis Soft en ligne en Belgique Vous pouvez acheter Cialis Soft sans ordonnance, sans quitter votre maison, assis dans votre bureau ou en se reposant dans le parc. Soyez comprehensif et attentif a ses besoins, laissez tomber la era, la contre-attaque, acheter cialis …. cialispascherfr24.com Commander Viagra, Cialis, Levitra en France.

Leave A Reply