ଆଉ ଥରେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ: ସିଦ୍ଧରମେୟା

0

ବାଙ୍ଗାଲୋର : ପୁଣି ଥରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଆଶା ବ୍ୟକ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ଶୁକ୍ରବାର ସିଦ୍ଧରମେୟା କହିଛନ୍ତି ରାଜନୀତି ହେଉଛି ଏକ ପ୍ରବାହିତ ଜଳ ଧାରା। ଏହା ସ୍ଥିର ନୁହେଁ। ଏକ ପରିବର୍ତ୍ତନ ହେବାକୁ ଯାଉଛି। ଭାବୁଛି ମୁଁ କ୍ଷମତାକୁ ଫେରିବି। କର୍ଣ୍ଣାଟକ ନିର୍ବାଚନ ପରେ ସିଦ୍ଧରମେୟା କହିଥିଲେ ଏହା ତାଙ୍କର ଶେଷ ନିର୍ବାଚନ। ସେ ରାଜନୀତିରୁ ସନ୍ନ୍ୟାସ ନେବେ। ତେବେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ହେବାକୁ ସେ ଆଶା ବ୍ୟକ୍ତ କରିବାର ଅର୍ଥ ଭିନ୍ନ ମୋଡ ନେଇଛି। କର୍ଣ୍ଣାଟକରେ ଏବେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ରହିଛି। ମେଣ୍ଟରେ କଂଗ୍ରେସର ବଡ ଭାଗୀଦାରି ଥିବା ସତ୍ତ୍ବେ ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି କଂଗ୍ରେସ ଜେଡିଏସକୁ ସମର୍ଥନ ଦେଇଛି। ଏପରିସ୍ଥିତିରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଅନ୍ୟପଟେ କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ଯୋଜନା ହେଉଛି।

Leave A Reply