ଶିବୁ ସୋରେନଙ୍କ ମୟୁରଭଞ୍ଜ ଗସ୍ତ

0

ଦ୍ୱାରଶୁଣି : ଓଡ଼ିଶା ମାଟିରେ ଗର୍ଜିଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ। ଦୁଇ ଦୁନିଆ ମୟୁରଭଞ୍ଜ ଗସ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗାର୍ଜିଥିବା ବେଳେ ଶିବୁ ସରେନ ନିଜ ଝିଅ ଅଜ୍ଞାନୀ ସୋରେନଙ୍କ ପାଇଁ ଭୋଟ ନିବେଦନ କରିଥିଲେ। ମୟୁରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଧାରଣ ସଭାରେ ଯୋଗ ଦେଇଥିଲେ। ସାଙ୍ଗରେ ନିଜ ଝିଅ ଅଞ୍ଜନୀ ସରେନ, ଜେଏମଏମର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଏବଂ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଟୁ, ଶିବୁ ସରେନ ରାଲିରେ ବୁଧବାର ମୁରୁଡ଼ା ନିର୍ବାଚନ ମଣ୍ଡଳୀର ଭାତଛତରରେ ପହଁଚିବା ପରେ ବାଜା ଧୂମସାର ତାଳେ ତାଳେ ତାଙ୍କୁ ସ୍ୱାଗତ ଜଣେଇଥିଲେ। ଦେଖିବାକୁ ତାଙ୍କୁ ପୁରୁଣା ନେତା, ପୁରୁଖା ନେତା ମାନେ ଦେଖିବାକୁ ଖୁବ ଭିଡ ଲାଗିଥିଲା। ରାଜ୍ୟରେ କଂଗ୍ରେସ ଓ ଜେଏମଏମ ଭିତରେ ମେଣ୍ଟ ହୋଇଥିବା କଥା କେନ୍ଦ୍ରରେ ମଧ୍ୟ ଘୋଷଣା ସରିଛି ତେବେ କିଏ ଏବଂ କେଉଁଠି ଛିଡ଼ା ହେବେ ଘୋଷଣା ହୋଇନାହିଁ।

Leave A Reply