ଜାଣନ୍ତୁ! ଶ୍ରାବଣରେ ବିଶ୍ୱରନାଥ ପ୍ରଭୁ ମହେଶ୍ୱରଙ୍କ ପୂଜାର ବିଧି

0

ସୋମବାର ସାଧାରଣ ଭାବେ ଶିବଙ୍କୁ ପୂଜା କରାଯାଇଥାଏ। କିନ୍ତୁ ଏହି ଶ୍ରାବଣ ମାସରେ ପ୍ରଭୁ ଭୋଳାଶଙ୍କରଙ୍କର ପୂଜାର ବହୁ ମହତ୍ତ୍ୱ ରହିଛି।
୩ଟି ଶବ୍ଦରେ ପ୍ରସନ୍ନ ହୋଇଥାଆନ୍ତି ପ୍ରଭୁ ଶଙ୍କର। ଶିବଙ୍କୁ ଦୟାଳୁ ଓ ଭୋଳା କୁହାଯାଏ। ଭକ୍ତଟିଏ ଯେଉଁଠି ଥାଇ ଭକ୍ତି ସହକାରେ ଡ଼ାକିଲେ ସେ ଶୁଣିଥାନ୍ତି। ପ୍ରଭୁ ମହାଦେବଙ୍କୁ ଜଳ,ବେଲପତ୍ର ଅର୍ପର କଲେ ସେ ଖୁବ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଏହା ସହ ତାଙ୍କୁ ଶ୍ରଦ୍ଧା ପୂର୍ବକ ‘ଓଁ ନମଃ ଶିବାୟ’ କହିବା ଦ୍ୱାରା ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି। ଆଜି ଶ୍ରାବଣର ପ୍ରଥମ ସୋମବାର। ଶ୍ରାବଣରେ ପୁଜା କରିବାର ବିଧି –
ଶ୍ରାବଣ ମାସର ସୋମବାରରେ ଶିବ ଲିଙ୍ଗରେ ଗଙ୍ଗା ଜଳ ଚଢାଇବା ଶୁଭଙ୍କର।
ଗଙ୍ଗା ଜଳ ନଥିଲେ ସାଧାରଣ ଜଳ ଚଢାଇ ଏହା ପରେ କ୍ଷୀର,ଦହି,ମହୁ ଏବଂ ଅରୁଆ ଚାଉଳ ଅର୍ପଣ କରନ୍ତୁ।


ଏହା ପରେ ସତେଜ ବେଲପତ୍ର,ଫଳ,ଫୁଲ ଅର୍ପଣ କରନ୍ତୁ।


ଏହା ପରେ ଚନ୍ଦନର ଟିକା ଅର୍ପଣ କରନ୍ତୁ। ପ୍ରସାଦରେ ମିଶ୍ରି ଓ ଅନ୍ୟ ମିଠା ଜାତୀୟ ଦ୍ରବ୍ୟ ମଧ୍ୟ ଭୋଗ କରିପାରିବେ।


ଏହା ପରେ ପ୍ରଭୁ ଶିବଶଙ୍କରଙ୍କ ଆରତି କରନ୍ତୁ। ନିଜ ଇଚ୍ଛା ଅନୁଯାୟୀ ସେଦିନ ଆପଣ ଉପବାସ ମଧ୍ୟ କରିପାରିବେ। ଏହି ଶ୍ରାବଣ ମାସରେ ଏଭଳି ବିଧିରେ ପୂଜାର୍ଚ୍ଚନା କଲେ ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ବହୁ ସଫଳତା ପ୍ରାପ୍ତି ହୋଇଥାଏ।

Leave A Reply