ଯୌନ ନିର୍ୟାତନା ମାମଲାରେ ସେଲଟର ହୋମ୍‍ର ମୁଖ୍ୟଙ୍କ ସମେତ ୩ ଗିରଫ

0

ଢେଙ୍କାନାଳ: ଯୌନ ନିର୍ୟାତନା ମାମଲାରେ ନ୍ୟୁଜ୍‍ ଇଣ୍ଡିଆ ସେଲଟର ହୋମ୍‍ର ମୁଖ୍ୟ ଡକ୍ଟର ଫାୟାଦ ରେହେମାନଙ୍କ ସମେତ ଅନ୍ୟ ୩ ଜଣ ଗିରଫ ହୋଇଛନ୍ତି । ରବିବାର ଫୁଲନଖରା ଅଞ୍ଚଳର ଅନନ୍ତପୁର ଅଞ୍ଚଳରୁ ଡକ୍ଟର ଫାୟାଦ ରେହେମାନଙ୍କୁ ଗିରଫ କରାଯାଇଛି ବୋଲି ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକଙ୍କ ସୂଚନା ଦେଇଛନ୍ତି । ସେହିପରି ଏହି ମାମଲାରେ ଉଦିତ୍‌ ଲିମା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ସେଲଟର ହୋମ୍‍ର ପରିଚାଳକ ସୀମାଞ୍ଚଳ ନାଏକ ଗିରଫ ହୋଇଥିଲେ ।

ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ନାମକ ସେଲଟର ହୋମ୍‍ର କେଳେଙ୍କାରୀ ଚାଲିଥିବା ନେଇ ଦୁଇଜଣ ନାବାଳିକା ଅଭିଯୋଗ କରିଥିଲେ । ଅନୁଷ୍ଠାନର ମୁଖ୍ୟଙ୍କ ସହ ବିଦେଶୀମାନେ ସେଲଟର ହୋମ୍‍କୁ ଆସି ଅନ୍ତେବାସୀଙ୍କ ସହ ଅସଦାଚରଣ କରୁଥିଲେ ବୋଲି ନାବାଳିକା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲା ଶିଶୁ ମଙ୍ଗଳ କମିଟି, ଜିଲା ଶିଶୁ ସୁରକ୍ଷା ଶାଖା, ଚାଇଲ୍‍ଡ ଲାଇନ୍‍ ଏବଂ ଜିଲା ଆଇନ୍‍ ସେବା ପ୍ରାଧିକରଣ ପକ୍ଷରୁ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଶୁକ୍ରବାର ରାତିରେ ଅନୁଷ୍ଠାନର ପରିଚାଳକଙ୍କୁ ଗିରଫ କରାଯାଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ଫୟାଜ ରେହମାନଙ୍କୁ ରବିବାର ଗିରଫ କରାଯାଇଛି ।

Leave A Reply