ବେଲଟିକିରି ସେଲଟର ହୋମ୍ ନିର୍ୟାତନା ମାମଲା; ବିଦେଶୀ ପୁଞ୍ଚିକୁ ନେଇ ତଦନ୍ତ କରିବ ଇଡି

0

ଢେଙ୍କାନାଳ: ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ୟାତନା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତଦନ୍ତ ଆରମ୍ଭ କରିଛି । ବେଆଇନ ଭାବରେ ଚାଲିଥିବା ଗୁଡ଼ ନ୍ୟୁଜ ଇଣ୍ଡିଆ ସେଲଟର ହୋମର ଆର୍ଥିକ କାରବାରକୁ ନେଇ ଇଡି ତଦନ୍ତ ଆରମ୍ଭ କରିବ । ଏହା ସହ ବିଦେଶରୁ ଆସୁଥିବା ପୁଞ୍ଜିକୁ ନେଇ ମଧ୍ୟ ଛାନଭିନ୍ ହେବ ।

ସୂଚନାଯୋଗ୍ୟ, ବେଆଇନଭାବରେ ଚାଲିଥିବା ବେଲଟିକରି ସେଲଟର ହୋମ ଯୌନ ନିର୍ୟ୍ୟାତନା ମାମଲାରେ ଅନୁଷ୍ଠାନର ମୁଖ୍ୟ ଫୟାଜ ରେହମାନଙ୍କୁ ପୁଲିସ ଗିରଫ କରି ରିମାଣ୍ଡରେ ନେଇଥିଲା । ପଚରାଉଚରା ବେଳେ ବେଲଟିକିରି ସେଲଟର ହୋମ ସହିତ ବିଦେଶୀ ପୁଞ୍ଜିର ଲିଙ୍କ ଥିବା ଜଣାପଡ଼ିଛି ।

Leave A Reply