ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ଶେଖ୍‍ ହସିନା

0

ଢାକା : ଆୱାମୀ ଲିଗ୍‍ ମୁଖ୍ୟ ଶେଖ୍‍ ହସିନା ତୃତୀୟ ଥର ପାଇଁ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଢାକା ସ୍ଥିତ ବଙ୍ଗଭବନରେ ରାଷ୍ଟ୍ରପତି ମହମ୍ମଦ ଅବଦୁଲ୍‍ ହମିଦ୍‍, ୭୧ବର୍ଷ ବୟସ୍କା ଶେଖ୍‍ ହସିନାଙ୍କୁ ଶପଥ ପାଠ କରାଇଥିଲେ। । ଚଳିତ ଥରକୁ ମିଶାଇ ସେ ଚତୁର୍ଥଥର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି ।
ରାଷ୍ଟ୍ରପତି ନୂଆ ମନ୍ତ୍ରୀମାନଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି । ହସିନାଙ୍କ ମନ୍ତ୍ରିମଣ୍ଡଳରେ ୨୪ଜଣ କ୍ୟାବିନେଟ୍‍ ମନ୍ତ୍ରୀ, ୧୯ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ ୩ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)ସ୍ଥାନ ପାଇଛନ୍ତି। ମନ୍ତ୍ରିମଣ୍ଡଳରେ ୩୧ଜଣ ସଦସ୍ୟ ପ୍ରଥମଥର ପାଇଁ ମନ୍ତ୍ରୀ ପଦ ପାଇଛନ୍ତି । ତେବେ କ୍ୟାବିନେଟରେ  ରେ କେବଳ ଆୱାମୀ ଲିଗ୍‍ର ସଭ୍ୟମାନଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ ବାଂଲାଦେଶ ସଂସଦୀୟ ନିର୍ବାଚନରେ ୨୯୯ଟି ଆସନରୁ ଆୱାମୀ ଲିଗ୍‍ ଓ ତା’ର ସହଯୋଗୀ ଦଳ ୨୮୮ଟି ଆସନ ଅକ୍ତିଆର କରି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ।

Leave A Reply