ଆଜି କଂଗ୍ରେସ ହାତ ଧରିବେ ଶତ୍ରୁଘ୍ନ ସିହ୍ନା

0

ପାଟନା : ବଲିଉଡର ବରିଷ୍ଠ ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଗୁରୁବାର କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦିଲ୍ଲୀସ୍ଥିତି କଂଗ୍ରେସର ମୁଖ୍ୟକାର୍ଯ୍ୟାଳୟରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଶତ୍ରୁଘ୍ନ ସିହ୍ନା ବିଧିବଦ୍ଧଭାବେ ଦଳରେ ଯୋଗ ଦେବେ । ଏନେଇ ପାଟନାର ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଶତ୍ରୁଘ୍ନ ସିହ୍ନା କଂଗ୍ରେସରୁ ତାଙ୍କର ପାରମ୍ପରିକ ଆସନ ପାଟନା ସାହିବରୁ ନିର୍ବାଚନ ଲଢ଼ିବେ । ବିଜେପି ଶତ୍ରୁଘ୍ନ ସିହ୍ନାଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

Leave A Reply