ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଗିରଫ

0

ବହ୍ମପୁର: ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସୁରେଶ ପ୍ଲାଷ୍ଟିକର ମାଲିକ କୋଟନୀ ସୁରେଶ ଗିରଫ ହୋଇଛନ୍ତି । ବଡ଼ବଜ଼ାର ଥାନା ଅନ୍ତର୍ଗତ ପାଟରା ସାହିରେ ଘଟଣା ଘଟିଛି ।
ସୂଚନାଯୋଗ୍ୟ, ଗତ ୨୪ରେ ଏହି ଘଟଣା ଘଟିଥିବା ବେଳେ ୨୬ରେ ପୀଡିତଙ୍କ ପରିବାର ଲୋକେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଘଟଣା ବିଷୟରେ ଜଣାପଡିବା ପରେ ଲୋକ ଲଜ୍ଜା ଭୟରେ ଅଭିଯୁକ୍ତ କୋଟନୀ ସୁରେଶ ଫିନାଇଲ ପିଇ ଦେଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବାପରେ ଶୁକ୍ରବାର ବଡ଼ବଜାର ପୁଲିସ ସୁରେଶଙ୍କୁ ଗିରଫ କରିଛି। ଏମ୍ କେ ସି ଜିରେ ଡାକ୍ତରୀ ମଇନା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply