ଆଣ୍ଡାମାନର ସେଣ୍ଟିନେଲରେ ଧନୁତୀର ସହ ଆଦିବାସୀଙ୍କୁ ଦେଖିବା ପରେ ଦୂରରୁ ଫେରିଲା ପୁଲିସ

0

ପୋର୍ଟବ୍ଲେୟାର .-  ଆଣ୍ଡାମାନର ଦ୍ୱୀପ ପୁଞ୍ଜର  ଉତ୍ତର ସେଣ୍ଟିନେଲରେ ଜଣେ ଆମେରିକୀୟ ପର୍ଯ୍ୟଟକ ବେଆଇନ ଭାବେ ଯାଇଥିବା ବେଳେ  ସେଠାରେ ବସ ବାସ କରୁଥିବା ଆଦିମ ଅଧିବାସୀମାନେ ତାଙ୍କୁ ତୀର ମାରି ହତ୍ୟା କରିଥିବା  ସୂଚନା ମିଳିଥିଲା । ଆଣ୍ଡାମାନର କିଛି ମତ୍ସଜୀବୀ ସେଠାରୁ ଆମେରିକୀୟ ପର୍ଯ୍ୟଟକ  ଜନ ଆଲେନ ଚାଉଙ୍କୁ ନେଇଥିଲେ । ସେଠାରେ ବସ ବାସ କରୁଥିବା ଆଦିମ ଅଧିବାସୀମାନେ ତାଙ୍କୁ ତୀର ମାରି ହତ୍ୟାକରିଥିଲେ । ମତ୍ସଜୀବୀମାନେ ଏହା ଦେଖିବା ପରେ ପୋର୍ଟ ବ୍ଲେୟାରକୁ ଫେରି ଆସିଥିଲେ। ଲସେମାନେ ଏହି ଘଟଣା ଚାଉଙ୍କ ସାଙ୍ଗଙ୍କୁ କହିଥିଲେ ।

ଏହି ଦ୍ୱୀପରେ କେଉଁ କାଳରୁ ଆଦିମ ଅଧିବାସୀ ବସବାସ କରି ଆସୁଛନ୍ତି  । ଏମାନେ ଅଧୁନିକତାଠାରୁ ଅନେକ ଦୂରରେ ଅଛନ୍ତି । ନିଆଁର ବ୍ୟବହାର ଜାଣନ୍ତି ନାହିଁ । ଧନୁ ଓ ତୀର ବ୍ୟବହାର କରି ଥାଆନ୍ତି । ଭାରତ ସରକାର ଏହି ଅଞ୍ଚଳରେ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ମାତ୍ର ଚାଉ ଏହି ଅଧିବାସୀମାନଙ୍କୁ ଖ୍ରୀଷ୍ଟ ଧର୍ମାବଲମ୍ବୀକରିବା ପାଇଁ ବେଆଇନ ଭାବେ ମତ୍ସଜୀବୀମାନଙ୍କୁ ଟଙ୍କା ଦେଇ ପ୍ରବେଶ କରିଥିଲେ । ତାଙ୍କୁ ହତ୍ୟା କରିବାର ଖବର ମିଳିବା ପରେ ପୁଲିସ ୭ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି ।

ଚାଉଙ୍କର ମୃତ ଦେହ ମିଳି ନାହିଁ ।  ରବିବାରରେ ଆଣ୍ଡାମାନ ପୁଲିସ ସେଣ୍ଟିନେଲ ନିକଟକୁ ଯାଇଥିଲେ । ମାତ୍ର ସମୁଦ୍ର କୂଳରେ ସେଣ୍ଟିନେଲ ଆଦିବାସୀମାନଙ୍କୁ ଧନୁତୀର ସହ ଦେଖିବା ପରେ ଫେରି ଆସିଥିଲେ । ଏହି ଦ୍ୱୀପରେ କେହି ବି ପ୍ରବେଶ କଲେ ସେଣ୍ଟିନେଲର ଆଦିବାସୀମାନେ ସେମାନଙ୍କୁ ହତ୍ୟା କରି ଥାଆନ୍ତି । ୨୦୦୬ ମସିହାରେ ମାଛଧରା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାପରେ ୨ ଜଣ ମତ୍ସଜୀବୀ ସେଠାରେ ପହ଼ଞ୍ଚିଥିଲେ । ମାତ୍ର ସେଣ୍ଟିନେଲର ଆଦିବାସୀମାନେ ସେମାନଙ୍କୁ ହତ୍ୟା କରିଥିଲେ ।

 

Leave A Reply