ଦୁର୍ଘଟଣାଗ୍ରସ୍ତ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

0

ମୋହନା .-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତର କେରାଖାଲ ନିକଟରେ ଏକ ବୋଲେରୋ ପିକ ଅପ ଭ୍ୟାନ ଓଡି ୦୪ କେ ୫୮୩୧ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ସ୍ଥାନୀୟ ଲୋକ ଏ ସମ୍ପର୍କରେ ମୋହନା ଥାନା କୁ ଜଣାଇଥିଲେ। ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଏସ ଆଇ ଆଲୋକ ଜଗଦଲା ସେଠାକୁ ଯାଇ ତଦନ୍ତ କରିବା ବେଳେ ସେହି ଗାଡିରେ ଭାଙ୍ଗ ଥିବା ଜାଣିପାରିଥିଲେ । ଏହାପରେ ପୁଲିସ ଗାଡିକୁ ଜବତ କରିଛି । ଦୁର୍ଘଟଣାପରେ  ଗାଡିର ଡ୍ରାଇଭର ଫେରାର ହୋଇଯାଇଥିଲା । ଗାଡିଟି କଟକ ଜିଲ୍ଲାର ଚଣ୍ଡିଖୋଲର ଗଙ୍ଗାଧର ପଣ୍ଡା ନାମରେ ଥିବା ପୋଲିସ ସୂଚନା ଦେଇଛି । ଏବେ ପୁଲିସ ଏ ବିଷୟରେ ଅଧିକ ତଦନ୍ତ କରୁଛି ।

Leave A Reply