ଏସ୍‍ବିଆଇ ଏଫ୍‍ଡି ଉପରେ ମିଳିବ ଅଧିକ ସୁଧ

0

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‍ବିଆଇ) ପୁଣିଥରେ ଫିକ୍ସ ଡିପୋଜିଟ୍‍ ଉପରେ ସୁଧହାର ବୃଦ୍ଧି କରିଛି। ସୁଧହାରରେ ୧୦ରୁ ୨୫ ବେସିସ୍‍ ପଏଣ୍ଟ ବଢ଼ାଇ ଦିଆଯାଇଛି। ତେବେ ଏହି ସୁବିଧାର ଲାଭ କେବଳ ୨ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ଫିକ୍ସ ଡିପୋଜିଟ ଆକାଉଣ୍ଟ ଖୋଲିଥିବା ଗ୍ରାହକଙ୍କୁ ମିଳିବ। ଏହି ନୂଆ ସୁଧହାର ବୁଧବାରଠାରୁ ଲାଗୁ ହୋଇଛି। ଏସ୍‍ବିଆଇର କୋଟି କୋଟି ଏଫଡି ଗ୍ରାହକଙ୍କୁ ଏବେ ୬.୬ ପ୍ରତିଶତରୁ ୬.୭୫ ପ୍ରତିଶତ ମଧ୍ୟରେ ସୁଧ ମିଳିବ।

Leave A Reply