ସାଉଦିରୁ ପଳାୟନ କରିଥିବା ଯୁବତୀଙ୍କୁ କାନାଡାର ନାଗରକତ୍ୱ ମିଳିଲା

0

ଟରୋଣ୍ଟ .–  ସାଉଦି ଆରବରୁ ନିଜ ପରିବାର ଭୟରେ ପଳାୟନ କରିଥିବା  ୧୮ ବର୍ଷୀୟ ଯୁବତୀଙ୍କୁ କାନାଡାରେ ଶରଣ ମିଳିଛି । ତାଙ୍କୁ କାନାଡାର ନାଗରିକତ୍ୱ ପ୍ରଦାନ କରାଯାଇଛି ।  ତାଙ୍କୁ ଟରୋଣ୍ଟୋ ବିମାନ ବନ୍ଦରରେ କାନାଡାର ବିଦେଶମନ୍ତ୍ରୀ କ୍ରିଷ୍ଟିଆ ପ୍ରିଲ୍ୟାଣ୍ଡ ସ୍ୱାଗତ କରିଥିଲେ ।

ରାହାଫ ମହମ୍ମଦ ଅଲ୍‌ କୁନୁନ ନାମକ ଏହି ଯୁବତୀ ଜଣଙ୍କ ନିଜ ଦେଶରୁ ବ୍ୟାଙ୍ଗକକ୍‌କୁ ପଳାୟନ କରିଥିଲେ । ଏହାପରେ ତାଙ୍କ ବାପା ଓ ଭାଇ ତାଙ୍କୁ ବ୍ୟାଙ୍ଗକକ୍‌କୁ ନେବା ପାଇଁ ଆସିଥିଲେ । ମାତ୍ର ନିଜ ଦେଶକୁ ଗଲେ ତାଙ୍କୁ ହତ୍ୟା କରାଯିବ ବୋଲି ସେ ଅଭିଯୋଗ କରିଥିଲେ । ଏହାପରେ ତାଙ୍କ  ବାପା ଓ ଭାଇଙ୍କୁ ତାଙ୍କୁ ପ୍ରତ୍ୟାର୍ପଣ କରାଯାଇ ନଥିଲା ।

କୁନୁନ୍‌ ଟରୋଣ୍ଟର ପିୟରସନ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ କାନାଡାର ନୂଆ ନାଗରିକତ୍ୱ ପ୍ରଦାନ କରାଯାଇଥିବା ବିଦେଶମନ୍ତ୍ରୀ କ୍ରିଷ୍ଟିଆ ପ୍ରିଲ୍ୟାଣ୍ଡ ସେଠାରେ ଘୋଷଣା କରିଥିଲେ । କୁନୁନ୍‌ ଅଷ୍ଟ୍ରେଲିଆରେ ବି ଶରଣ ନେବା ପାଇଁ ଆବେଦନ କରିଥିଲେ । ମାତ୍ର ଅଷ୍ଟ୍ରେଲିଆ ଏଥିପାଇଁ ବିଳମ୍ବ କରିଥିବା  କୁନୁନ ଅଭିଯୋଗ କରିଛି ।

Leave A Reply