ସ୍ୱଚ୍ଛ ଭାରତ ମିଶନରେ ସତ୍ୟବାଦୀକୁ ଜିଲାର ଏକ ନମ୍ବର ବ୍ଲକ କରାଯିବ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକକୁ ଜିଲାରେ ସ୍ୱଚ୍ଛ ଭାରତମିଶନରେ ଏକ ନମ୍ବର କରିବା ପାଇଁ ଗୁରୁବାର ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ୱ କରିଥିଲେ । ଜିଲ୍ଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ବିଡିଓ ଗୌରବମୟ ପ୍ରଧାନ ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ନାୟକ ଜିଲା ଜଳ ଓ ପରିମଳ ମିଶନ ଏସ.ଡି ଓ ସହକାରୀ ଯନ୍ତ୍ରୀ ଅତସୀ ବାରିକ ସଙ୍ଗଠକ ଶଙ୍କର ପ୍ରଧାନ ମୋଟିଭେଟର ମହିଳା ସଙ୍ଗଠନ ସ୍ଵେଚ୍ଛାସେବୀ ପରାମର୍ଶଦାତ୍ରୀ ତ୍ରିପୁରା ମୋହିନୀ ଶତପଥୀ ଜନ ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱଚ୍ଛ ଭାରତ ମିଶନରେ ପୁରୀ ଜିଲାରେ ବ୍ଲକକୁ ଏକ ନମ୍ବର କରିବା ପାଇଁ ଦୃତଗତିରେ କାର୍ୟ୍ୟକ୍ରମ ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଛି ।

Leave A Reply