ଶନିବାର ରାଶିଫଳ

0

ମେଷ: ଅଟକି ଥିବା କାର୍ଯ୍ୟକୁ ଆଗକୁ ବଢ଼ାଇରେ ସକ୍ଷମ ହେବେ। ଦୁୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ୍‍ ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ। ଶତ୍ରୁହନ୍ତା ହେବେ।
ବୃଷ: ମନରେ ଉଦ୍‍ବେଗ ଜାତ ହୋଇପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ, ତେଜସ୍ୱୀ, ବିଦ୍ୱାନ୍‍ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।
ମିଥୁନ: ଆୟରେ ସ୍ଥିରତା ଆସିପାରେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହେବେ। ବିଜ୍ଞଭାବେ ବିବେଚିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷିକ୍ଷେତ୍ରରୁ ଆଶାନୁରୂପ ଲାଭ ମିଳିବ।
କର୍କଟ: ମନରେ ସ୍ଥିରତା ଆସିବ। ଚିତ୍ତ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ହାସ୍ୟ ମୁଖର କଥା ବିରୋଧୀଙ୍କୁ ପ୍ରଭାବିତ କରିପାରେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ, ସାହସୀ ଓ ଭ୍ରାତୃସ୍ନେହୀ ହେବେ।
ସିଂହ: ବିଭିନ୍ନ ଦିଗରୁ ଧନାଗମ ହେଉଥିବା ବେଳେ ଆକସ୍ମିକ ଭାବେ ଧନକ୍ଷୟ ହୋଇପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି।
କନ୍ୟା: ଧନବାନ୍‍ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ଉତ୍ତମ ଭୋଜନ ମିଳିବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଚକ୍ଷୁପୀଡ଼ା ଅନୁଭବ କରିବେ। ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ।
ତୁଳା: ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ରାଜଯୋଗ ଅଛି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।
ବିଛା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଆୟ ଆଶାନୁରୂପ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।
ଧନୁ: କର୍ତ୍ତବ୍ୟ ପରାୟଣ ହେବେ। ନିଜ ବଂଶର ଆଦର୍ଶ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ସୁଖୀ ହେବେ।
ମକର: ସେବକ ମନୋଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସପୂର୍ଣ୍ଣ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି।
କୁମ୍ଭ: ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ବିପଦପୂର୍ଣ୍ଣ ହୋଇଥିବାରୁ ସେଥିରୁ ଓହରି ଯିବା ଭଲ। ସହଯୋଗୀ ବ୍ୟବସାୟରୁ କିଛି ଲାଭ ମିଳିବ। ବିବିଧ ଅର୍ଥ ମିଳିବ। ଭାଗ୍ୟକୁ କୃତଜ୍ଞତା ଜଣାଇବେ।
ମୀନ: ବନ୍ଧୁ ମିଳନ ଦ୍ୱାରା ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ମନରେ ଅହଂଭାବ ଜ୍ରାଗତ ହୋଇପାରେ। ଶାନ୍ତି ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି।

Leave A Reply