ସଂସଦ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଅନୁଚିତ: ଶତ୍ରୁଘ୍ନ ସିହ୍ନା

0

ନୂଆଦିଲ୍ଲୀ: ସଂସଦର ଚଳିତ ମୌସୁମୀ ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ଆଫ୍ରିକା ଗସ୍ତ କରିଥିଲେ ଆକାଶ ଛିଡ଼ି ପଡ଼ି ନଥାନ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‍ କରି ଏଭଳି ମତ ଦେଇଛନ୍ତି ବିଜେପି ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା।
ଶ୍ରୀ ସିହ୍ନା କହିଛନ୍ତି ଯେ ବିଶ୍ୱର ଆଉ ମାତ୍ର କେତୋଟି ଦେଶ ରହିଯାଇଛି ଯେଉଁଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇପାରିନାହାନ୍ତି। କିନ୍ତୁ ସଂସଦର ଚଳିତ ଅଧିବେଶନ ପରେ ବିଶ୍ୱଭ୍ରମଣ କରିଥିଲେ ଉଚିତ ହୋଇଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ନିରବତା ହିଁ ଭିଡ଼ ହିଂସାକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ଆଫ୍ରିକୀୟ ଗ୍ରାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦ ଗାଈ ଉପହାର ଦେବା ପ୍ରସଙ୍ଗରେ ଶ୍ରୀ ସିହ୍ନା ପ୍ରଶଂସା କରିଛନ୍ତି।

Leave A Reply