ଶନିବାର ରାଶିଫଳ

0

ମେଷ: ଯାତ୍ରାକାଳୀନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିବାଦରେ ଛନ୍ଦି ହୋଇ ପଡ଼ିବେ। ମୂଲ୍ୟହୀନ ବିତର୍କରେ ଭାଗ ନେବା ଅନୁଚିତ। କେବଳ ଭାଷା ମଧୁମୟ ହେବ।
ବୃଷ: ଈପ୍‌ସିତ କାର୍ୟ୍ୟକୁ ସହଜରେ ହାସଲ କରିପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିପାରେ। ସୁ-ସମ୍ବାଦ ପାଇବେ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ।
ମିଥୁନ: ବିପଦମୁକ୍ତ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କର୍କଟ: ଅଭିଳାଷ ପୂରଣ ହେବ। ସତ୍‌ସଙ୍ଗୀ ହୋଇପାରନ୍ତି। କାର୍ୟ୍ୟରେ ସଫଳତା ଲାଭ କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟିପାରେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଦିନଟି ମଧ୍ୟମ ଧରଣର। ଭକ୍ତି ଗାଥା ଶୁଣିବାରେ ଆଗ୍ରହୀ ହେବେ।
ସିଂହ: ଶତ୍ରୁତାର ଅବସାନ ଘଟିପାରେ। ଭ୍ରମଣ ଯୋଗ ଅଛି। ଅର୍ଥାଭାବ ଦେଖାଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
କନ୍ୟା: ଦୁର୍ୟୋଗକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ବନ୍ଧୁ ମିଳନ ହେବାର ସୂଚନା ମିଳୁଛି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବାର ସୁଯୋଗ ଅଛି।
ତୁଳା: ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶତ୍ରୁ ପରାଜିତ କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ପାଇବେ। ଶୁଭକାର୍ୟ୍ୟ କରଣୀୟ। ଋଣ ପରିଶୋଧ କରିବେ।
ବିଛା: କାର୍ୟ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶତ୍ରୁନାଶ କରିବେ। ଧନ ଭୋଗ ସହ ତେଜୀୟାନ ଓ ଐଶ୍ବର୍ୟ୍ୟଯୁକ୍ତ ହେବେ।
ଧନୁ: ଆୟ ବୃଦ୍ଧି ହେବ; ମାତ୍ର ବ୍ୟୟ ତତୋଽଧିକ ହୋଇପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ମୂଲ୍ୟାଙ୍କନ ହେବ। କୃଷି କ୍ଷେତ୍ରରୁ ଆୟ ଆସି ଭଣ୍ଡାର ପରିପୂର୍ଣ୍ଣ ହେବ।
ମକର: ଧର୍ମକାର୍ୟ୍ୟରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଆର୍ଥିକ ​‌​‌କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁ​‌େ​‌ଯାଗ ଅଛି। ଅଶାନ୍ତି ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
କୁମ୍ଭ: ଅପ୍ରିୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି କାର୍ୟ୍ୟ ଆଜି ନ କରି କାଲି କରିବାକୁ ମନସ୍ଥ କରିପାରନ୍ତି। ମାତ୍ର ଏହା ଦୋଷାବହ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ରାଜପୂଜା ମିଳିବ। ମହାନ୍ ଦୀକ୍ଷା ଗ୍ରହଣ କରିପାରନ୍ତି।
ମୀନ: ମାଙ୍ଗଳିକ କାର୍ୟ୍ୟରେ ଯୋଗ ଦେବାକୁ ମନ ବଳାଇ ପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ମାନର ହେବ।

Leave A Reply