ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ୭ ବର୍ଷ ଜେଲ୍‌

0

ଇସଲାମାବାଦ . –  ପାକିସ୍ତାନର ପୂର୍ବତନ  ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମାମଲାରେ  ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହା ସହ ତାଙ୍କୁ  ଭାରତୀୟ ମୁଦ୍ରାରେ ପ୍ରାୟ ୧୮୦ କୋଟି ଟଙ୍କା ଜରିମାନା କରାଯାଇଛି । ଅଲ୍‌-ଅଜିଜ୍‌ ଇସ୍ପାତ କାରଖାନା ଦୁର୍ନୀତି ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ହୋଇଛି । ପୂର୍ବରୁ ଏକ ଦୁର୍ନୀତିମାମାଲାରେ ସରିଫ ଦୋଷ ମୁକ୍ତ ହୋଇଥିଲେ । ଏବେ ତାଙ୍କୁ ଅଦିଆଲା ଜେଲ୍‌କୁ ସ୍ଥାନାନ୍ତାର କରାଯିବ ।

୨୦୧୭ ମସିହାରେ ପାନାମା ପେପର ଦୁର୍ନୀତିମାମଲାରେ ପାକିସ୍ତାନର ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ ।

Leave A Reply