ଶ୍ରାବଣ ମାସ ଶନିବାରରେ ଏହି ଜିନିଷ ଦାନ କରନ୍ତୁ, ପୂରଣ ହେବ ମନୋସ୍କାମନା

0

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ବ ରହିଛି । ଶ୍ରାବଣ ମାସ ଶନିବାର ଦିନ ଦାନ କରିବା ଦ୍ବାରା ଶନିଦେବଙ୍କ ବିଶେଷ କୃପା ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା ଦ୍ବାରା କି ଫଳ ମିଳିବ ।

କ୍ୟାରିୟର ଓ ଚାକିରୀ ଉନ୍ନତି ପାଇଁ ଲୁହା ବସ୍ତୁର ଦାନ କରନ୍ତୁ। ଏହି ଦାନ ଶ୍ରମିକଙ୍କୁ କରିବା ଉତ୍ତମ ଅଟେ ।

ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପୋଷାକ ଏବଂ ଔଷଧ ଦାନ କରନ୍ତୁ । ଏହା ମେଡିକାଲରେ ବା କୌଣସି ରୋଗୀଙ୍କୁ ଦାନ କରିବା ଉତ୍ତମ ଅଟେ ।

ମକଦ୍ଦମାରୁ ମୁକ୍ତି ପାଇବା ପାଇଁ କଳା ଚଣା ଓ ସୋରିଷ ତେଲ ଦାନ କରନ୍ତୁ । ଏହାକୁ କୌଣସି ଦରିଦ୍ରକୁ ଦାନ କରନ୍ତୁ।

ଆର୍ଥିକ ଅନଟନରୁ ମୁକ୍ତି ପାଇଁ ଅଶ୍ବତ୍ଥ ବୃକ୍ଷ ମୂଳରେ କ୍ଷୀର ଓ ଜଳ ରଖନ୍ତୁ । ଏକ ସୋରିଷ ତେଲରେ ଦୀପ ଜଳାଇବା ସହ ଅଶ୍ବତ୍ଥ ବୃକ୍ଷ ପରିକ୍ରମା କରନ୍ତୁ । ଏହା ପରେ ସେହି କ୍ଷୀରକୁ କୌଣସି ଗରିବକୁ ଦାନ କରନ୍ତୁ ।

Leave A Reply