ଜାତୀୟ ମାର୍ଷ୍ଟସ ଅକ୍ୱାଟିକା ଚମ୍ପିୟାନସିପରେ ଓଡିଶା ଦଳ

0

ସମ୍ବଲପୁର : ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଠାରେ ଆୟୋଜିତ ହେଉଥିବା ୫ମ ଜାତୀୟ ମାର୍ଷ୍ଟସ ଅକ୍ୱାଟିକା ଚାମ୍ପିୟନସିପରେ ଭାଗ ନେଉଛନ୍ତି ଓଡିଶା ଦଳ। ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ଜାତୀୟ ଚାମ୍ପିୟନସିପରେ ଓଡିଶା ରାଜ୍ୟର ଏକ ୮ ଜଣିଆ ଦଳ ଭାଗ ନେଉଛନ୍ତି। ପ୍ରଥମ ଦିବସରେ ଓଡିଶା ଦଳର ୪ ଜଣ ଖେଳାଳି ୫ଟି ମେଡାଲ ଜିଣିବାରେ ସଫଳ ହୋଇଛନ୍ତି। ଓଡିଶା ଦଳର ଲକ୍ଷ୍ମୀ ଚନ୍ଦ୍ର ମହାକୁର ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ସ୍ୱର୍ଣ୍ଣ ଓ ୫୦ ମିଟର ବଟରଫ୍ଲାଇରେ ରୌପ୍ୟ ପଦକ ଜିଣିଛନ୍ତି। ସେହିଭଳି ୧୦୦ ମିଟର ବେକ ଷ୍ଟ୍ରୋକରେ ରବି ନାରାୟଣ ବେହେରା ସ୍ୱର୍ଣ୍ଣ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ସବିତା ତ୍ରିପାଠୀ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ ଏବଂ ସଂଯୁକ୍ତା ବଡପଣ୍ଡା ୧୦୦ ମିଟର ବେକ ଷ୍ଟ୍ରୋକରେ ରୌପ୍ୟ ପଦକ ଅଧିକାର କରିଛନ୍ତି। ଓଡିଶା ଦଳର ସଫଳତା ପାଇଁ ରାଜ୍ୟର କ୍ରିଡାପ୍ରେମୀ ମହଲରେ ଖୁସିର ଲହରି ଖେଳି ଯାଇଛି।

Leave A Reply