ସମାଜ କାର୍ଯ୍ୟାଳୟରେ ନାଲକୋ ସିଏମ୍‍ଡି

0

କଟକ : ନାଲକୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡଃ ତପନ କୁମାର ଚାନ୍ଦ ଶୁକ୍ରବାର ଅପରାହ୍ଣରେ କଟକସ୍ଥିତ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସମାଜର ବରିଷ୍ଠ ଅଧିକାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଡଃ ଚାନ୍ଦ ’ସମାଜ’ କାର୍ଯ୍ୟାଳୟ ପରିସରରେ ଥିବା ‘ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି’ରେ ମାଲ୍ୟାପର୍ଣ୍ଣ କରିବା ସହା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ପରେ ’ସମାଜ’ର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ନାଲକୋର ନୂତନ କାର୍ଯ୍ୟପନ୍ଥା, ନୂଆ ବ୍ୟବସାୟୀ ଢାଞ୍ଚା, ଅନ୍ତର୍ଜାତୀୟ ବଜାରରେ ଆଲୁମିନିୟର ଚାହିଦା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ଦେଶର ସମସ୍ତ କ୍ଷେତ୍ରରେ ଆଲୁମିନିୟମର ଚାହିଦା ରହିଥିବାରୁ ନାଲକୋ ଆଗକୁ ଆହୁରି ଭଲ କାମ କରିବାର ଆଶା ରଖିଛୁ ବୋଲି ସେ କହିଥିଲେ ।

ଏହି ଆଲୋଚନାରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି, ବାର୍ତ୍ତା ସମ୍ପାଦକ ତପନ ମିଶ୍ର, ସମାଜ ପୋର୍ଟାଲ ମୁଖ୍ୟ ମହେଶ ଶର୍ମାଙ୍କ ସମେତ ସମାଜ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply