ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ-୧ ବିଜେତା ସଲମାନ ୟୁସୁଫଙ୍କ ବିରୁଦ୍ଧରେ ଅସଦାଚାରଣ ଅଭିଯୋଗ

0

ମୁମ୍ବଇ: ରିଆଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ-୧ ବିଜେତା ସଲମାନ ୟୁସୁଫଙ୍କ ବିରୁଦ୍ଧରେ ଜଣେ ଯୁବତୀ ଅସଦାଚାରଣ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ଯୁବତୀ ଜଣଙ୍କ ଜଣେ ଡ୍ୟାନ୍ସର ବୋଲି ଜଣାପଡିଛି। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଓଶିବରା ଥାନାରେ ଜାନୁଆରୀ ୩୦ରେ ଏକ ମାମଲା ରୁଜୁ କରାଯାଇଛି।
ଅଭିଯୋଗ ଅନୁସାରେ, ସଲମାନ୍‌ ଓ ତାଙ୍କର ଭାଇ ବିଭିନ୍ନ ସମୟରେ ତାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ଏତଲା ଅନୁଯାୟୀ ସଲମାନଙ୍କ ମ୍ୟାନେଜର୍‌ ତାଙ୍କୁ ୨୦୧୮ ଅଗଷ୍ଟ ମାସରେ ଏକ ସୋ’ରେ ତାଙ୍କ ଟ୍ରୁପରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ପୀଡ଼ିତା ଲଣ୍ଡନରେ ଥିଲେ। ମୁମ୍ବଇ ଫେରିବା ପରେ ସେ ସଲମାନଙ୍କୁ ଏକ କଫି ସପ୍‌ରେ ଭେଟିଥିଲେ। ସେହି ସମୟରେ ସଲମାନ ତାଙ୍କୁ ଅଶାଳୀନ ଭାବେ ଛୁଇଁଥିଲେ। ଏ ସମ୍ପର୍କରେ ପ୍ରତିବାଦ କରିବାରୁ ପୀଡିତାଙ୍କୁ ସଲମାନ୍‌ କହିଥିଲେ ଯେ ଏଭଳି ଘଟଣା ବଲିଉଡରେ ଘଟେ। ଏହା ପରେ ତାଙ୍କୁ ନିରାଶ କରାଯାଇ ସବୁ ପୂର୍ବ ଚୁକ୍ତିନାମାକୁ ବାତିଲ କରାଯାଇଥିଲା ବୋଲି ବି ପୀଡ଼ିତା ଅଭିଯୋଗ ଆଣିଛନ୍ତି।

Leave A Reply