‘ଧୁମ୍-୪’ରେ ସଲମାନ୍‌ ନିଶ୍ଚିତ

0

ମୁମ୍ବଇ : ପ୍ରଯୋଜକ ଆଦିତ୍ୟ ଚୋପ୍ରା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି, କାରଣ ସିନେଜଗତର ମେଗାଷ୍ଟାରଙ୍କୁ ନେଇ ମଧ୍ୟ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ପରି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଧରାଶାୟୀ ହୋଇଛି। ଚଳଚ୍ଚିତ୍ରକୁ ନେଇ ସେ ବହୁ ଆଶା ରଖିଥିଲେ, କିନ୍ତୁ ଏକରକମ ଭାଙ୍ଗିପଡ଼ିଛନ୍ତି ଆଦିତ୍ୟ। ଏବେ ତାଙ୍କର ‘ଧୁମ୍’ ସିରିଜ୍‌କୁ ନେଇ ସତର୍କ। ତାଙ୍କ ୟୁନିଟ୍‌ ସଦସ୍ୟଙ୍କ ମତରେ, ପୂର୍ବେ ସଲମାନ୍ ଖାନ୍‌ଙ୍କୁ ଏଥିରେ ସୁଯୋଗ ମିଳିବ ବୋଲି ପ୍ରସଙ୍ଗ ଉଠିଥିଲା, କିନ୍ତୁ ଅଭିଷେକ ବଚ୍ଚନ ଏଥିରେ ଅଭିନୟ କରିବାକୁ ପୂର୍ବରୁ ସ୍ଥିରୀକୃତ ଥିବାରୁ ସଲମାନ୍ ଓହରି ଆସିଥିଲେ। ଏବେ କିନ୍ତୁ ଆଦିତ୍ୟ ଚୋପ୍ରା ଦୃଢ଼ ନିଷ୍ପତ୍ତି ନେଇସାରିଛନ୍ତି ଯେ ‘ଧୁମ-୪’ରେ ସଲମାନ୍ ଖାନ୍ ହିଁ ଅଭିନୟ କରିବେ। ସଲମାନ୍‌ଙ୍କୁ ସେ ନିଜେ ପ୍ରସ୍ତାବ ଦେବେ ବୋଲି ଶୁଣାଯାଉଛି। ତେବେ ସଲମାନ୍ କ’ଣ ନିଷ୍ପତ୍ତି ନେବେ, ତାହା ଏଯାଏଁ ଜଣାପଡ଼ିନାହିଁ।

Leave A Reply