କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ

0

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀବ୍ଲକ ବଳପୁରସ୍ଥିତ ସାଗରସ୍ନାନ ମେଲଣ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ସମ୍ପର୍କରେ କର୍ମୀମାନଙ୍କୁ ଶ୍ରୀ ହରିଚନ୍ଦନ କହିଥିଲେ। ଶତାଧିକ କର୍ମୀ ସଭାରେ ଉପସ୍ଥିତ ଥିଲେ । ତିରିଶ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଶିଖର ବେହେରାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି।

Leave A Reply