ରତନପୁର ଗାଁ ଶ୍ମଶାନରେ ଶହୀଦ ମନୋଜ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ

0

ନିଆଳି : ଜମ୍ମୁ କାଶ୍ମୀରର ପୁଲଓ୍ଵାମା ଜିଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କର ଶନିବାର ରାତିରେ ନିଜର ଜନ୍ମମାଟି ନିଆଳିର ରତନପୁର ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସବୁଦିନ ପାଇଁ ଜନ୍ମମାଟି କୋଳରେ ଚିରନିଦ୍ରାରେ ଶୋଇଯାଇଛନ୍ତି ଏହି ବୀର ଯବାନ। ଗାଁ ମଶାଣିରେ ଅନ୍ତିମ ସଂସ୍କାର ବେଳେ ଦାଦା ପୁଅ ଭାଇ ରଂଜନ କୁମାର ବେହେରା ଓ ଭଉଣୀ ବାସନ୍ତୀ ବେହେରା ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସିଆରପିଏଫ ଯବାନଙ୍କ ଦ୍ୱାରା ଗାର୍ଡ ଅଫ ଅନର, ତୋପ ସଲାମି ଦିଆଯାଇଛି। ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ପରିବାର ଲୋକ, ବନ୍ଧୁ-ବାନ୍ଧବ, ଗ୍ରାମବାସୀ, ସ୍ଥାନୀୟ ଅଂଚଳରେ ନେତା, ପ୍ରଶାସନ, ତଥା ହଜାର ହଜାର ଲୋକ ଉପସ୍ଥିତ ଥିଲେ।

କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ନିଆଳି ବିଧାୟକ ପ୍ରମୋଦ କୁମାର ମଲିକ, କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply