ଆତଙ୍କବାଦୀଙ୍କ ଗୁଳିରେ ଡିଏସ୍‌ପି ସହିଦ

0

ଶ୍ରୀନଗର..- ଜାମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଡିଏସ୍‌ପି  ସହିଦ ହୋଇଛନ୍ତି । ଅମନ ଠାକୁର ନାମକ ଡିଏସ୍‌ପି ସହିଦ ହୋଇଛନ୍ତି । ରବିବାରରେ ଏକ ସୂଚନା ଆଧାରେ ସୁରକ୍ଷାକର୍ମୀ ଓ ପୁଲିସ ଅଞ୍ଚଳକୁ ଘେରାଉ କରିବା ସହ ଯାଞ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଏହାପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । କୁଲଗାମର ତୁରିଗାମ ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି  ଘଟଣାରେ ସେନାର ଜଣେ ମେଜରଙ୍କ ସହ ୩ ଜଣ ଆହତ ହୋଇଛନ୍ତି ।

ସେନା ଓ ପୁଲିସ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । କୁଲଗାମର ତୁରିଗାମ ଅଞ୍ଚଳରେ ଏହି ଘଟଣା ଘଟିଛି । ପୁଲିସ ପାର୍ଟି ସେହି ଅଞ୍ଚଳରେ ପହଞ୍ଚିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ଠାକୁରଙ୍କର ବେକର ଗୁଳିବାଜିଥିଲା । ତାଙ୍କୁ ସେନା ଡାକ୍ତରଖାନାକୁ ବିମାନଯୋଗେ ସ୍ଥାନାନ୍ତର କରାଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply