ନିର୍ବାଚନ ଲଢିବେ ଗେହଲଟ, ପାଇଲଟ

0

ନୂଆଦିଲ୍ଲୀ : ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ ଓ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‍ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନିର୍ବାଚନ ଲଢିବା ନେଇ ବୁଧବାର ଦୁଇନେତା ଘୋଷଣା କରିଛନ୍ତି। କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବାବେଳେ ଏହା ଏବେ ଆହୁରି ଚର୍ଚ୍ଚାକୁ ଆସିଛି। ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ଖବରକୁ ଦୁଇନେତା ଖଣ୍ଡନ କରିଛନ୍ତି। ରାଜ୍ୟର ଦଳୀୟ କାର୍ଯ୍ୟାଳୟରେ ଉଭୟ ନେତା ମିଳିତ ସମ୍ବାଦିକ ସମ୍ମିଳନୀ ଡକାଇ ନିର୍ବାଚନ ଲଢିବା ସମ୍ପର୍କରେ ଘୋଷଣା କରିବା ସହ ଅନ୍ତଃବିବାଦ ରିପୋର୍ଟକୁ ଖଣ୍ଡନ କରିଛନ୍ତି। ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନକୁ ଦଳ ଏକଜୁଟ୍‍ ହୋଇ ଲଢିବ ବୋଲି ସେମାନେ କହିଛନ୍ତି। ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ବିଳମ୍ବ ହେବାକୁ ନେଇ ଗେହଲଟ୍‍ କହିଛନ୍ତି ଯେ ନଭେମ୍ବର ୧୯ରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହେବ। ତେଣୁ ପ୍ରାର୍ôଥତାଲିକାକୁ ନେଇ ବ୍ୟସ୍ତ ହେବାର କୌଣସି ଅବକାଶ ନାହିଁ।
ସେହିପରି ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବୁଧବାର ପ୍ରାର୍ôଥପତ୍ର ଦାଖଲ କରିଛନ୍ତି। ଟିଆରଏସ୍‍ ମୁଖ୍ୟ ରାଓ ଗଜୱେଲ ଆସନରୁ ନିଜର ପ୍ରାର୍ôଥପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରାଓ ସିଡ୍ଡିପେଟ ଜିଲାର ବାଲାଜୀଙ୍କ ମନ୍ଦିରରେ ପୂଜା କରିଥିଲେ। ରାଓ ବିରୋଧରେ କଂଗ୍ରେସରୁ ଭି ପ୍ରତାପ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ଡିସେମ୍ବର ୭ରେ ତେଲଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ।

Leave A Reply