ବେଙ୍ଗାଲୁରୁ-ଗୋକୁଳମ୍‍; ଚର୍ଚ୍ଚିଲ-ମୋହନ ବାଗାନ ମୁକାବିଲା ଆଜି

0

ଭୁବନେଶ୍ୱର : ସୁପର କପ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟରେ ଶନିବାର ୨ଟି ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ ଖେଳାଯିବ। ଅପରାହ୍ନ ୫ଟାରେ ୨ୟ ପ୍ରିକ୍ୱାର୍ଟରରେ ବେଙ୍ଗାଲୁରୁ ଏଫ୍‍ସି-ଗୋକୁଳମ୍‍ ଏଫ୍‍ସିକୁ ଏବଂ ରାତି ୮ଟାରେ ମୋହନ ବାଗାନ- ର୍ଚ୍ଚିଲ ବ୍ରଦର୍ସକୁ ଭେଟିବ। ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ ଏଫସି ଆଇଏସ୍‍ଏଲ ପ୍ରଦାର୍ପଣରେ ରନର୍ସଅପ ହେବା ସହିତ ସୁପର କପ୍‍ର ଅନ୍ୟତମ ଦାବିଦାର ଭାବେ ଉଭାହୋଇଛି। ଆଲବର୍ଟ ରୋକାଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ରହିଥିବାରୁ ସୁପର କପ୍‍ରେ ଭଲ ପ୍ରଦର୍ଶନ ଲକ୍ଷ୍ୟ ରଖିôଥିବା ନେଇ କୋଚ ଆଲବର୍ଟ ରୋକା କହିଛନ୍ତି।
କେରଳର ଗୋକୁଳମ ଏଫ୍‍ସି ଚଳିତ ୨୦୧୭-୧୮ ଆଇ-ଲିଗ୍‍ ଫୁଟ୍‍ବଲରେ ୬ଷ୍ଠ ସ୍ଥାନ ହାସଲ କରିଥିଲା। ବିନୋ ଜର୍ଜଙ୍କ ପ୍ରଶିକ୍ଷଣ ଓ ସୁଶାନ୍ତ ମାଥ୍ୟୁସ ନେତୃତ୍ୱରେ ଦଳ ସୁପର କପ୍‍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଆସାମର ଅନ୍ୟତମ ଫୁଟବଲ କ୍ଳବ ନର୍ଥଇଷ୍ଟ ୟୁନାଇଟେଡ୍‍କୁ ପରାସ୍ତକରି ମୁଖ୍ୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଛି। ପ୍ରତିଯୋଗିତା ନକ୍‍ଆଉଟ୍‍ ଭିର୍ତ୍ତିରେ ଖେଳାଯାଉଛି। ଦଳ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିବା ନେଇ ଆତ୍ମବିଶ୍ୱାସ ରହିଛି ବୋଲି କୋଚ ବିନୋ ଜର୍ଜ କହିଛନ୍ତି। ଗୋଆର ପ୍ରତିଷ୍ଠିତ କ୍ଳବ ଚର୍ଚ୍ଚିଲ ବ୍ରଦର୍ସ ସୁପର କପ୍‍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଦିଲ୍ଲୀ ଡାଇନାମୋଜ୍‍ ଏଫ୍‍ସିକୁ ପରାସ୍ତକରି ମୁଖ୍ୟ ପ୍ରତିଯୋଗିତା ଖେଳିବାକୁ ଯୋଗ୍ୟତା ହାସଲ କରିଛି। ମୁଖ୍ୟ କୋଚ୍‍ ଆଲଫ୍ରେଡ ଫର୍ଣ୍ଣାଣ୍ଡେଜ୍‍ଙ୍କ ସମେତ ହୁସେନ ଏଲ୍‍ଡର, ଆଲବାର ଗନ୍‍ସଲଭାସ, ଏସ୍‍. ସିଂହ, ଇ. ବାରିଟୋ ଭଳି ଖେଳାଳି ରହିଛନ୍ତି। ଦଳ ଶକ୍ତିଶାଳୀ ମୋହନ ବାଗାନକୁ ପରାସ୍ତକରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାର ଲକ୍ଷ୍ୟରଖିଛି। ପ୍ରତିଯୋଗିତାର ଅନ୍ୟତମ ଟାଇଟଲ ଫେଭରିଟ୍‍ କଲକାତାର ମୋହନ ବାଗାନ୍‍ ସୁପର କପ୍‍ରେ ନିଜ ଦକ୍ଷତାକୁ ଦେଖାଇବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଶଙ୍କରଲାଲ ଚକ୍ରବର୍ତ୍ତୀଙ୍କ ପ୍ରଶିକ୍ଷଣପ୍ରାପ୍ତ ମୋହନ ବାଗାନ୍‍ ୨୦୧୭-୧୮ ଆଇ-ଲିଗ୍‍ରେ ୩ୟ ସ୍ଥାନ ହାସଲ କରିଥିଲା। ଦଳରେ ଶଙ୍କର ରୟ, ସୌରଭ ଦାସ, ଅଭିଷେକ ଦାସଙ୍କ ସମେତ କାମେରନ ୱାଟ୍‍ସନ, ଦୀପେନ୍ଦୁ ଦୋରାୟା, ପିଣ୍ଟୁ ମହତା, ବିକ୍ରମଜିତ ସିଂହ ଭଳି ଖେଳାଳି ରହିଛନ୍ତି। ପ୍ର୍‍ତିଯୋଗିତା ନକ୍‍ଆଉଟ୍‍ ଭିର୍ତ୍ତିରେ ଖେଳା ଯାଉଥିବାରୁ ସମସ୍ତ ମ୍ୟାଚ୍‍ ଫାଇନାଲ ପରି। ମୋହନ ବାଗାନ୍‍ ଆତ୍ମବିଶ୍ୱସର ସହିତ ପଡ଼ିଆକୁ ଓହ୍ଳାଇବ। ପ୍ରିକ୍ୱାର୍ଟରଫାଇନାଲରେ ଚର୍ଚ୍ଚିଲ ବ୍ରଦର୍ସକୁ ପରାସ୍ତକରିବା ପ୍ରଥମ ଲକ୍ଷ୍ୟ ବୋଲି କୋଚ୍‍ ଶଙ୍କରଲାଲ କହିଛନ୍ତି।

Leave A Reply