ରୋଜର୍ସ କପ୍‍ ଟେନିସ : ନାଦାଲ ଓ ହାଲେପ୍‍ ଚମ୍ପିଆନ

0

ମଣ୍ଟ୍ରିଲ : ସ୍ପେନର ରାଫେଲ ନାଦାଲ ଓ ରୋମାନିଆର ସିମୋନା ହାଲେପ୍‍ ଏଠାରେ ଚାଲିଥିବା ରୋଜର୍ସ କପ୍‍ ଟେନିସ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍‍ସରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳି ନାଦାଲ ୬-୨, ୭-୬ ସେଟ୍‍ରେ ଗ୍ରୀସର ଯୁବ ଖେଳାଳି ଷ୍ଟିଫାନସ ସିଟ୍‍ସିପାସ୍‍ଙ୍କୁ ପରାସ୍ତ କରିଛନ୍ତି। ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ନାଦାଲଙ୍କର ଏହା ୩୩ତମ ଓ କ୍ୟାରିୟରରେ ୮୦ତମ ଟାଇଟଲ।ଅପରପକ୍ଷରେ ମହିଳା ସିଙ୍ଗଲ୍‍ସ ଫାଇନାଲରେ ହାଲେପ୍‍ ୭-୬, ୩-୬, ୬-୪ ସେଟ୍‍ରେ ଆମେରିକାର ସ୍ଲୋଏନ ଷ୍ଟିଫେନ୍ସଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୨ ଘଣ୍ଟା ୪୧ ମିନିଟ ଧରି ଚାଲିଥିଲା। ହାଲେପ୍‍ ଦ୍ୱିତୀୟ ଥର ପାଇଁ ଏଠାରେ ଚମ୍ପିଆନ ହୋଇଥିବାବେଳେ ଏହା ତାଙ୍କ କ୍ୟାରିୟରର ୧୮ତମ ଟାଇଟଲ।

Leave A Reply